ସୂଚନା ଲୋକସମ୍ପର୍କ ବିଭାଗ ସବୁ ଚାନେଲଙ୍କୁ ଯୋଗାଇବ ଲାଇଭ ଟେଲିକାଷ୍ଟ ଫିଡ଼
ପୁରୀ (ଶାସକ ପ୍ରଶାସକ) : ସବୁବର୍ଷ ବିଭିନ୍ନ ଚ୍ୟାନେଲ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରାର ଲାଇଭ ଟେଲିକାଷ୍ଟ କରୁଥିଲେ | ହେଲେ ଏଥର ସେମିତି ହେଇପାରିବନି | କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଚାଲିଥିବା ଲକ ଡାଉନ କଟକଣା ଯୋଗୁ ଏହା ସମ୍ଭବ ନୁହେଁ | ସୂଚନା ଲୋକ ସମ୍ପର୍କ ବିଭାଗ କେବଳ ଲାଇଭ ଟେଲିକାଷ୍ଟ ଓ ୱେବ କାଷ୍ଟ କରାଇବା ସହ ସମସ୍ତ ଚ୍ୟାନେଲ ଲାଇଭ ଟେଲିକାଷ୍ଟ ଫିଡ଼କୁ ଶେୟର କରିବେ | ଏହି ମର୍ମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର ସୂଚନା ଲୋକ ସମ୍ପର୍କ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି |
କରନା ଲକଡାଉନ ପାଇଁ ଶ୍ରିମଦିର ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ରହିଛି | ସାମାଜିକ ଦୂରତାକୁ ପାଳନ କରାଯିବା ସହ ଶ୍ରମନ୍ଦିର ସମ୍ମୁଖରେ ଅନେକ କଟକଣା ମଧ୍ୟ ରହିବ | ତେଣୁ ଶ୍ରୀମନ୍ଦିର ପରିସରରେ ସ୍ନାନମଣ୍ଡପରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମର ଲାଇଭ ଟେଲିକାଷ୍ଟ ବ୍ୟବସ୍ଥା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସୂଚନା ଲୋକ ସମ୍ପର୍କ ସଚିବଙ୍କୁ ଅନୁରୋଧ କରିଛନ୍ତି ଡ଼ କ୍ରିଷନ | ଆଉ ଏହି ବାବଦରେ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁକଜ୍ୟ ପ୍ରଶାସକ ତାଙ୍କ ପାତ୍ରରେ ଉଲ୍ଲେଖ କରିଛନ୍ତି |