ତୁରେକେଲା ଗ୍ରାମ ପଞ୍ଚାୟତ ବାସିନ୍ଦାଙ୍କ ସହାୟତା ପାଇଁ ଏମଜିନରେଗା ପ୍ରକ୍ରିୟା ଆରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଙ୍ଗୋମୁଣ୍ଡା(ଖଗପତି କୁମାର ) : କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି ସରକାର ।ବର୍ତ୍ତମାନ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ  ଲକଡାଉନ ଚାଲିଛି। ଲୋକମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି | ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଓ  ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ଜେଇ -ଧୀରେନ ସାହୁ, ତୁରେକେଲା ପଞ୍ଚାୟତର ଜିଆରସ -ଡମ୍ବରୁ ତାଣ୍ଡି,ଟିସି -ଅମରେନ୍ଦ୍ର ଭୋଇ,ସିଏମ-କେସଦେବ ଗହୀର ସାନଗମଡା ଗ୍ରାମକୁ ଆସି ଲୋକମାନଙ୍କୁ କରୋନା ବିଷୟରେ ସଚେତନ ଦେଇ ମାସ୍କ ବଣ୍ଟନ କରିବା ସହ ଏମଜିନରେଗା  ଯୋଜନାରେ ସମସ୍ତ ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇବା ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି | ଏହାକୁ ନେଇ ତୁରେକେଲା ଗ୍ରାମ ପଂଚାୟତ ବାସିଙ୍କ ପାଇଁ ଖୁସି ଆଣିଦେଇଛି | 

 

0
0
0
s2sdefault