ହେଡଲାଇନସ୍:

ପୁରୀରେ ପୁନଃ ଆରମ୍ଭ ହେଲା ବିକାଶ ପ୍ରକଳ୍ପ କାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ ( ଶାସକ ପ୍ରଶାସକ) ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ଶ୍ରୀକ୍ଷେତ୍ର ପୁରୀରେ ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟ କରୋନା ଲକ ଡାଉନ ପାଇଁ ବନ୍ଦ ହୋଇ ପଡ଼ିଥିଲା । ହେଲେ ତିନିଦିନ ତଳେ ମୁଖ୍ୟ ମନ୍ତ୍ରୀ ଏକ ଉଚ୍ଚସ୍ତରିୟ ସମୀକ୍ଷା ବୈଠକରେ ବନ୍ଦ ପ୍ରକଳ୍ପ କାର୍ୟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁନଃ ଆରମ୍ଭ ହୋଇଛି ପ୍ରକଳ୍ପ କାର୍ଯ୍ୟ । ପୁରୀରେ ବଡ ଦାଣ୍ଡରେ ମୁନିସିପାଲ ମାର୍କେଟର ପୁନଃବିକାଶ କାର୍ଯ୍ୟ ଆରମ୍ଭ କରାଯାଇଛି ଓବିସିସି ପକ୍ଷରୁ ।  ସାମାଜିକ ଦୂରତ୍ୱ ବଜାୟ ରଖି ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଓବିସିସି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault