ହେଡଲାଇନସ୍:

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୮, ସାବଧାନ୍ ! ଯୁଜୋମୁରା ବ୍ଲକ ଛୁଁଇଲା କରୋନା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ଜ଼ିଲ୍ଲାରୁ  ପୁଣି ଜଣେ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ କରୋନା ପଜିଟିଭ ଚି଼ହ୍ନଟ ଯୁବକ ଜଣଙ୍କ  ବୟସ ୨୦ ଏବଂ ସେ  ଯୁଜୋମୁରା  ବ୍ଲକ ବୀରସିଂଗଡ଼ ପଂଚାୟତ ର  ବୋଲି ଜଣାପଡିଛି l ଯୁବକ ଜଣକ ଗତ ୧୯  ତାରିଖ ଦିନ ମହାରାଷ୍ଟ୍ର ମୁମ୍ବାଇ ରୁ ଆସି  ବ୍ଲକର କବରlପାଲି ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ l କରୋନା ପଜିଟିଭ ଚି଼ହ୍ନଟ ପରେ ଯୁବକଙ୍କୁ କୋଭିଡ଼ ଡାକ୍ତରଖାନା କୁ ପଠାଇ ଦିଆଯାଇଛି l  ଆଜି  କରୋନା ପଜିଟିଭ ଚି଼ହ୍ନଟ ଜଣାପଡିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି  ସମଗ୍ର ସଙ୍ଗରୋଧ କେନ୍ଦ୍ର ପରିସର କୁ ବିଶୋଧନ କରିଥିଲେ  l ତେବେ ଯୁବକଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

0
0
0
s2sdefault