ହେଡଲାଇନସ୍:

ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁର୍ତି ଅବସରର କାର୍ଯ୍ୟକ୍ରମ ସ୍ଥିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

  ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପତ୍ରକୁ ରାଜ୍ୟବାସିଙ୍କ ପାଖରେ ପହଂଚାଯିବ

 ବୈଶ୍ୱିକ ମହାମାରୀ କରୋନା ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଫେସ କଭର ଓ ସାନିଟାଇଜର ବିତରଣ କରାଯିବ

 ‘ଭୋକାଲ୍ ଫର୍ ଲୋକାଲ୍‌’ କୁ ଗୁରୁତ୍ୱ ଦେଇ ସ୍ଥାନୀୟ ତଥା ସ୍ୱଦେଶୀ ସାମଗ୍ରୀର ବ୍ୟବହାର କରିବା ପାଇଁ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେବେ

 ରାଜ୍ୟ ସମସ୍ତ ପ୍ରମୁଖ ସ୍ଥାନରେ ପ୍ରେସ୍ କନଫରେନ୍ସର ଆୟୋଜନ କରାଯିବ

 କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ଜନିତ ସମସ୍ତ ନିର୍ଦ୍ଦେଶାନାମକୁ ପାଳନ କରି ଆଗାମୀ ଏକ ସପ୍ତାହ ଧରି କାର୍ଯ୍ୟକ୍ରମ ପାଳନ କରାଯିବ

ଭୂବନେଶ୍ୱର,(ଶାସକ ପ୍ରଶାସକ): ବିଶ୍ୱର ସବୁଠୁ ଅଧିକ ଲୋକପ୍ରିୟ ନେତା ଏବଂ ଭାରତବର୍ଷର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଆସନ୍ତା କାଲି ୩୦ ମେ ୨୦୨୦ରେ ପୂର୍ତି ହେବାକୁ ଯାଉଛି । ଏହି ବର୍ଷଟି ଐତିହାସିକ ଉପଲବ୍ଧିରେ ଭରି ରହିଛି । କେତେ ଦଶନ୍ଧି ଧରି ଦେଶର ଜନମାନସର ଇଚ୍ଛା ଏବଂ ଆକାଂକ୍ଷାର ସ୍ୱପ୍ନ ପୂରଣ ହୋଇଛି । ତିନି ତଲାକ୍ ଉଚ୍ଛେଦର ସମାପ୍ତ ପାଇଁ ଆଇନ ପ୍ରଣୟନ, ଧାରା ୩୭୦ ଉଚ୍ଛେଦ, ଲଦ୍ଦାଖକୁ ଅଲଗା କେନ୍ଦ୍ରଶାସିତ ରାଜ୍ୟ ଗଠନ କରିବା, ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ ପାଇଁ ରାସ୍ତା ପ୍ରଶସ୍ତ କରିବା, ଶରଣାର୍ଥୀଙ୍କ ପାଇଁ ନାଗରିକ ସଂଶୋଧନ ଆଇନ ପ୍ରଣୟନ ଆଦି ପ୍ରମୁଖ । ଏହି ସମସ୍ତ ଉପଲବ୍ôଧ ଇତିହାସର ପୃଷ୍ଟାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

କୋଭିଡ-୧୯ କରୋନା ବୈଶ୍ୱିକ ମହାମାରୀ କାରଣରୁ ସମଗ୍ର ବିଶ୍ୱ ଆଜି ବହୁ ମାତ୍ରାରେ ପ୍ରଭାବିତ ହୋଇ ବହୁମୂଲ୍ୟ ଜୀବନହାନି ସହ ଆର୍ଥକ ବ୍ୟବସ୍ଥା ମଧ୍ୟ ଦୋହଲାଇ ଦେଇଛି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମୟ ଥାଉ ଥାଉ ଲକ୍‌ଡାଉନ୍ ର ଘୋଷଣା ସହିତ ଅନ୍ୟାନ୍ୟ ବହୁ ପ୍ରଭାବିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପଦକ୍ଷେପ କାରଣରୁ ବିଶ୍ୱର ବହୁ ରାଷ୍ଟ୍ର ସମେତ ସଂଗଠନଗୁଡିକ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ  ଭୂୟସୀ ପ୍ରଶଂସା କରିଛନ୍ତି । ଗରିବକଲ୍ୟାଣ ସକାଶେ ଆର୍ଥିକ ପ୍ୟାକେଜ, ସାମାନ୍ୟ ଜୀବନଯାପନ ପାଇଁ ବିଭିନ୍ନ ପ୍ରକାରର ଯୋଜନା, ବାଣିଜ୍ୟ ଓ ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥକ ପ୍ୟାକେଜର ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତବର୍ଷ ଗଠନ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶବାସିଙ୍କୁ ଆହ୍ୱାନ ଦେଇଛନ୍ତି । ମାନନୀୟ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ମୋଦି ସରକାର-୨ର ପ୍ରଥମ ବର୍ଷ ପୁର୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରାଯିବ ବୋଲି ଘୋଷଣା କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପତ୍ରକୁ ଯେଉଁଥିରେ ଆତ୍ମନିର୍ଭର ଭାରତର ସଂକଳ୍ପ, ବିଶ୍ୱ କଲ୍ୟାଣ ପାଇଁ ଭାରତର ଭୂମିକା ଏବଂ କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇଁ ସାବଧାନତା ଅବଲମ୍ବନ ଏବଂ ସ୍ୱସ୍ତ ରହିବା ପାଇଁ ସୁଅଭ୍ୟାସର ଆହ୍ୱାନର ସଂକଳ୍ପକୁ ରାଜ୍ୟବାସୀଙ୍କ ପାଖରେ ପହଂଚା ଯିବ । ବୈଶ୍ୱିକ ମହାମାରୀ କରୋନା ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଫେସ କଭର ଓ ସାନିଟାଇଜର ବିତରଣ କରିବାର କାର୍ଯ୍ୟ ପ୍ରାରମ୍ଭ କରାଯିବ । ‘ଭୋକାଲ୍ ଫର୍ ଲୋକାଲ୍‌’କୁ ଗୁରୁତ୍ୱ ଦେଇ ସ୍ଥାନୀୟ ତଥା ସ୍ୱଦେଶୀ ସାମଗ୍ରୀର ବ୍ୟବହାର କରିବା ପାଇଁ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

ସେହିପରି ମୋଦି ସରକାରର ପ୍ରଥମ ବର୍ଷର ପ୍ରମୁଖ ଉପଲବ୍ଧିକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବାର ନିଷ୍ପତି ଗ୍ରହଣ କରାଯାଇଛି । ଭର୍ଚୁଆଲ ରାଲି ମାଧ୍ୟମରେ ରାଷ୍ଟ୍ରୀୟ ତଥା ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦମାନେ ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏବଂ ସାଧାରଣ ଜନତାଙ୍କ ସହ ଯୋଡି ହୋଇ ବ୍ୟାପକ ଓ ଯୋଜନାବଦ୍ଧ ଭାବେ ଚର୍ଚ୍ଚା ଓ ଆଲୋଚନା କରିବେ । ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନରେ ପ୍ରେସ୍ କନଫରେନ୍ସର ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ପ୍ରମୁଖ ନେତୃବୃନ୍ଦଙ୍କ ବାର୍ତା ଏବଂ କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ବିଭିନ୍ନ ପତ୍ରପତ୍ରିକା, ସମ୍ବାଦପତ୍ର, ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କ ପାଖକୁ ପହଂଚାଇବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସାଂପ୍ରତିକ କରୋନା ଭୂତାଣୁଜନିତ ସଂକଟକୁ ଧ୍ୟାନ ଦେଇ ସାମାଜିକ ଦୂରତା ଅବଲମ୍ବନ, ଫେସ କଭର୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ଜନିତ ସମସ୍ତ ନିର୍ଦ୍ଦେଶାନାମକୁ ପାଳନ କର ଏହି ସମସ୍ତ କାର୍ଯ୍ୟକ୍ରମ ଆଗାମୀ ଏକ ସପ୍ତାହ ଧରି ପାଳନ କରାଯିବ ।

ଓଡିଶାରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରାଯିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ସଂଯୋଜକ ଭାବେ ମିଳିତ ଭାବେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଅନନ୍ତ ନାୟକଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ରାଜ୍ୟରେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି ପାଇଁ ବିଧାୟକ ବିଷ୍ନୁ ସେଠୀ ଓ ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତିଙ୍କୁ ମିଳିତ ଭାବେ ଦାୟୀତ୍ୱ ଦିଆଯାଇଛି । ସାମାଜିକ ଗଣମାଧ୍ୟମ ଓ ୱାଟ୍ସ ଆପ୍ ଗୃପ ଜରିଆରେ ପ୍ରଚାର ଓ ପ୍ରସାରର ଦାୟୀତ୍ୱ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ତୁଲାଇବେ । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଭର୍ଚୁଆଲ୍ ରାଲି ପାଇଁ ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ ଓ ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ପ୍ରେସ କନଫରେନ୍ସର ଦାୟୀତ୍ୱ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର ନିର୍ବାହ କରିବେ । ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ପାର୍ଟିର ସମସ୍ତ ମୋର୍ଚ୍ଚା କାର୍ଯ୍ୟର ସଂଯୋଜନା ଓ ସମୀକ୍ଷା କରିବେ । ପୂର୍ବତନ ସଂଗଠନ ସଂପାଦକ ଶାରଦା ପ୍ରସାଦ ଶତପଥୀ ଓ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ବ୍ୟକ୍ତିଗତ ସଂପର୍କ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି ।

 

0
0
0
s2sdefault