ହେଡଲାଇନସ୍:

ନର୍ଦ୍ଦମା ମଧ୍ୟରେ ଯାଇଥିବା ସପ୍ଲାଏ ପାଣି ପାଇପ ସ୍ଥାନାନ୍ତରିତ ତଥା ପିଇବା ପାଣିର ସୁବ୍ୟବସ୍ଥା ପାଇଁ ବିଜେପି ପକ୍ଷରୁ ଦାବୀପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ପଦ୍ମପୁର ଏନ.ଏ.ସି. ରେ ବସବାସ କରୁଥିବା ଆବାଳ ବୃଦ୍ଧ ବନିତା ତଥା ଜନ ସାଧାରଣଙ୍କ ବ୍ୟବହାର ସକାଶେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଯୋଗାଇ ଦିଆ ଯାଇଥିବା ପାଣି ପାଇପ ଅନେକ ବର୍ଷ ହେଲା କୌଣସି ପ୍ରକାର ମରାମତି କରାଯାଇନାହିଁ ଏବଂ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ ତଥା କର୍ମଚାରୀ ମାନଙ୍କ କାର୍ଯ୍ୟ ତତ୍ପରତା ଯୋଗୁଁ ପଦ୍ମପୁର ଜନସାଧାରଣ ଆଜକୁ ପ୍ରାୟ ୪ରୁ ୫ ମାସ ହେବ ଦୁର୍ଗନ୍ଧ ଯୁକ୍ତ ନର୍ଦ୍ଦମା ପାଣି ମିଶ୍ରିତ ପାଣି ସପ୍ଲାଇ ପାଇପରେ ଆସୁଥୁବାରୁ ବ୍ୟବହାର କରି ନ ପାରି ବହୁ ହଇରାଣ ହେଉଛନ୍ତି। ଗୋଟେ ପଟେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନ୍ୟ କିଛି ଉପାୟ ନଥିବା ବେଳେ ଅନ୍ୟ ପଟେ ପାଣି ବ୍ୟବହାର କଲେ ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ଅନେକ ଥର ପଦାଧିକାରୀ ମାନଙ୍କୁ ଜଣେଇ ଆସିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ। ପଦ୍ମପୁର ଜନସାଧାରଣ ଙ୍କ କୌଣସି ପ୍ରକାର କଥାର ମୂଲ୍ୟ ନଥିବା ଭଳି ବୋଧେ ପଦାକାରୀ ମାନେ ଭ୍ରମ ଭାବନାରେ ରହି ବିଷୟ ର ଗୁରୁତ୍ବ ଦେଉ ନାହାନ୍ତି। ଅନେକ ସମୟରେ ସୋସିଆଲ ମିଡ଼ିଆ ତଥା ଖବର କାଗଳ ମାନଙ୍କରେ ଏ ବିଷୟରେ ଖବର ପ୍ରସାରଣ ପରେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉ ନାହିଁ। ପଦ୍ମପୁର ଏନ.ଏ.ସି, ଜନ ସ୍ବାସ୍ଥ୍ୟ ଅଧିକାରୀ ଯଦି ଏ ସମସ୍ତ ସମସ୍ୟାର ସମାଧାନ ଶୀଘ୍ର ନକରନ୍ତି ତେବେ ଭାବିଷ୍ୟରେ ଯଦି କୌଣସି ଘଟଣା ଘଟେ ତା ହେଲେ ସେହି ଅଧିକାରୀ ନିଜେ ହିଁ ଦାୟୀ ରହିବେ ଏବଂ ଜନସଧାରଣଙ୍କ ଜୀବନ ସହ ଖେଳିବାର ଦାୟୀ ମଧ୍ୟ ସେ ହେବେ। ଏଣୁ ଜନସାଧାରଣଙ୍କ ସ୍ବାସ୍ଥ୍ୟ କୁ ଦୃଷ୍ଟିରେ ରଖି ପଦ୍ମପୁର ଏନ.ଏ.ସି, ରେ ଥିବା ସମସ୍ତ ନାଳ ମାନଙ୍କର ତଲୁ ଆସିଥୁବା ସପ୍ଲାଇ ପାଇପ ଗୁଡିକୁ ମରାମତି ସହ ଭଚିତ ବ୍ୟବସ୍ଥା କରାଯାଉ ଏବଂ କିପରି ସ୍ବଚ୍ଛ ପାଣି ଯୋଗାଣ ହୋଇପାରିବ ସେଥି ପ୍ରତି ଶୀଘ୍ର ଧ୍ୟାନ ଦେଇ ପଦକ୍ଷେପ ନେବା ସହ  ଅତି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓଲହାଇବାକୁ ବାଧ୍ୟ ହେବେ ବୋଲି ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

0
0
0
s2sdefault