ହେଡଲାଇନସ୍:

ଅଧ୍ୟାପିକା ସୁବ୍ରତା ରାଣୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସମାରୋହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର,(ଶାସକ ପ୍ରଶାସକ): ବିଜେପୁର ମାଟିର ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି  । ତେଣୁ ଏଇ କର୍ମଭୂମି ଉନ୍ନତିରେ ଅଧ୍ୟାପିକା ଡକ୍ଟର ସୁବ୍ରତା ରାଣୀ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପିତ କରି ଦେଇଥିଲେ । ଫଳ ସ୍ବରୂପ ଶିକ୍ଷା,ସମାଜସେବୀ, ନିର୍ଭୀକତା,ଆମାୟିକ ବ୍ଯବହାରରେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ଯାଇଥିଲେ  ବୋଲି ତାଙ୍କର ଆକସ୍ମିକ ଅଞ୍ଚଳ ବାସୀଙ୍କୁ  ଗଭୀର ଭାବେ ମର୍ମାହତ କରିଛି । ସୁଚରାଂ ସାମାଜିକ ଉତ୍ତର ଦାୟିତ୍ବ ସଂପାଦନା ରେ ଡ ରାଉତ ଥିଲେ ସିଦ୍ଧହସ୍ତା । ବରଗଡ ଜିଲ୍ଲା ବିଜେପୁର ମହା ବିଦ୍ୟାଳୟରେ ଅଧ୍ୟାପିକା ଡ ସୁବ୍ରତା ରାଣୀ ରାଉତଙ୍କ ଉଦ୍ଦେଶ୍ଯରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ ଏହି ମତ ପ୍ରକାଶ ପାଇଛି  । ମହା ବିଦ୍ୟାଳୟ ଗଭର୍ଣ୍ଣିଂବଡି ସଭାପତି ତଥା ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମାରୋହ ରେ ଅଧ୍ୟକ୍ଷତା କରିଥିଲେ  । ବିଡିଓ ପଦ୍ମନାଉ ସାମନ୍ତରାୟ,ଅଞ୍ଚଳ ମହା ବିଦ୍ୟାଳୟ ଅଧ୍ୟାପକ ଡ ପ୍ରଦୀପ କୁମାର ସାହୁ, ଅଧ୍ୟାପକ ରେବନ୍ତ କୁମାର ମେହେର  ପ୍ରମୁଖ ମଞ୍ଚାସୀନ ଥିଲେ  । ଡୁଙ୍ଗୁରିପାଲି ମହା ବିଦ୍ୟାଳୟ ଅଧ୍ୟକ୍ଷ ସାମନ୍ତ ସାହୁ,ଅଧ୍ୟାପକ ନୀଳାଞ୍ଚଳ ବାରିକ, ସାମ୍ବାଦିକ ଜିତେନ୍ଦ୍ରିୟ ମେହେର, କଳାକାର ରାଜେଶ୍ବର ବେହେରା, ଅଧ୍ୟାପିକା ବେଲମତି କୁମୁରା ପ୍ରମୁଖ ଚୁମ୍ବକରେ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  । ପ୍ରାରମ୍ଭରେ ତାଙ୍କର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା  । ଯୁକ୍ତ ତିନି ବିଭାଗର  ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ସଭାକୁ ସଞ୍ଚାଳନ କରିଥିଲେ । ନାଟ୍ୟକାର ମୋହନ ସିଂ,ସଙ୍ଗଠକ ଦିଲ୍ଲୀପ କୁମାର ଦେବତା,ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ହୃଦମଣି ସାହୁ, ଅଧ୍ୟାପକ ପଞ୍ଚାନନ ମିଶ୍ର,ରେଦ କଲେଜ ଅଧ୍ୟକ୍ଷ ମନ୍ତ୍ରୀ ମେହେର, ସାମାଜିକ କର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀ, ଅଧ୍ୟାପକ ଅକ୍ଷୟ ପ୍ରଧାନ, ସାମ୍ବାଦିକ ପାଣ୍ତବ ପ୍ରଧାନ, ପୂର୍ବତନ ବ୍କକ ଅଧ୍ୟକ୍ଷ ଗତିକୃଷ୍ଣ ମିଶ୍ର,ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଜନାର୍ଦ୍ଦନ ଡନସନା, ଅଭୟ ସାହୁ ସମେତ ବିଭିନ୍ନ କଲେଜ ଅଧ୍ୟାପକ, ବୁଦ୍ଧିଜୀବୀ, ସାଂସ୍କୃତିକ ସଙ୍ଗଠନ, ସମାଜସେବୀ ଯୋଗ ଦେଇଥିଲେ । ମୁହଁରେ ମାକ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବକୁ ପ୍ରଧାନ୍ଯ ଦିଆଯାଇ ଥିଲା  । ଆଗାମୀ ଦିନରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସମାଜସେବୀ ତଥା ଅଧ୍ୟାପିକା ରାଉତଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକା ପ୍ରକାଶନ କରିବାକୁ ମତ ପ୍ରକାଶ ପାଇଥିଲା ।

0
0
0
s2sdefault