ହେଡଲାଇନସ୍:

ରାଇସଲପଦର ଯୁବକ ସଙ୍ଘ ପକ୍ଷରୁ ଗାଇସିଲାଟର କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର- ବର୍ତ୍ତମାନ ସମୟରେ ମଣିଷ ଏକ ଅଦୄଶ୍ୟ ଶକ୍ତି ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ଓ ମଣିଷ  ଲଢେଇରେ କରୋନାକୁ ଦମନ କରିବା ପାଇଁ ପୋଲିସ କର୍ମଚାରୀ,ହସପିଟାଲ କର୍ମଚାରୀ, ଆଶା,ଅଙ୍ଗନଓ୍ବାଡି କର୍ମୀ, ସଫେଇ କର୍ମଚାରୀ ମାନେ ଯୋଦ୍ଧା ସାଜିଛନ୍ତି ଏବଂ ନିଜ ଜୀବନକୁ ବାଜିରେ ଲଗାଇ ନିଜ କର୍ତ୍ତବ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସମୟରେ କୌଣସି ଯାଗାରେ ବିଶୄଙ୍ଖଲା ନ ହେଉ କିମ୍ବା ଲୋକ ସାମାଜିକ ଦୂରତ୍ୱ ରଖିବା ତଥା ଯେପରି ଘରୁ ବାହାରକୁ ବାହାରିଲେ ମାକ୍ସ ପିନ୍ଧି ବାହାରନ୍ତୁ ଏହି ସବୁ କାର୍ଯ୍ୟକୁ ସଦାବେଳେ ଜଗି ରହିଛନ୍ତି । ଆଜି ଗାଇସିଲାଟ ଥାନାର ଥାନାଧିକାରୀ ହରିବନ୍ଧୁ ଗଡ଼ତିଆ ଓ ତାଙ୍କ ସହଯୋଗୀ ମାନଙ୍କୁ ରାଇସଲପଦର ଯୁବକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଏହି କରୋନା ଯୋଦ୍ଧା ସମ୍ବର୍ଦ୍ଧନା ପର୍ବରେ ସାକେତ ଶ୍ରୀଭୂଷଣ ସାହୁ, ରଞ୍ଜନ ପଣ୍ଡା, ମାଧବ ନାଏକ,ମୁକେଶ ସାହୁ, ଅନନ୍ତ ସାହୁ ଓ ଯୁବକ ସଙ୍ଘର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

 

0
0
0
s2sdefault