ହେଡଲାଇନସ୍:

ସାଇବର ଠକେଇ ସମ୍ପର୍କରେ ଗଜପତି ପୋଲିସ ପକ୍ଷରୁ ଜନଜାଗୃତି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସାଇବର ଠକେଇ ଠାରୁ ଲୋକେ କିଭଳି ନିରାପଦ  ରହିବେ ତାକୁ ନେଇ ଏ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ : ଏସପି ସାରା ଶର୍ମା 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସାମ୍ନାରେ ଜିଲ୍ଲା ପୋଲିସ୍ ପ୍ରଶାସନ ଓ ଆଦର୍ଶ ଥାନା ପକ୍ଷରୁ ସାଇବର କ୍ରାଇମ କଣ, ଏହା କିପରି ହୁଏ ଏବଂ ଏହାଦ୍ବାରା ଗରିବ ଓ ନିରୀହ ଲୋକେ କିଭଳି ଠକାମୀର ଶିକାର ହୋଇଥାନ୍ତି ଏବଂ ଏ ଦିଗରେ କିଭଳି ସତର୍କତା ରହିବେ ତାକୁ ନେଇ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଇଥିଲେ ।

 ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ନେତୃତ୍ୱରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।

 ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଛନ୍ତି ଯେ , ଆଜିକାଲି ଯେଉଁ ଅନ-ଲାଇନ ଫ୍ରଡ଼ ସବୁ ହେଉଛି ଏବଂ ଗତ ଏକ ବର୍ଷ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯେଉଁ ସବୁ ଏ ସମ୍ପର୍କିତ ଘଟଣା ଘଟି ଯାଇଛି , ଯେଉଁଥିରେ କି ଲୋକମାନେ ଅଧିକ ମାତ୍ରାରେ ଠକାମୀର ଶିକାର ହୋଇଛନ୍ତି , ସେହି ସତ୍ୟ ଘଟଣା ସବୁକୁ ଆମେ ବିଶ୍ଳେସଣ କରି ଷ୍ଟ୍ରୀଟ-ପ୍ଲେ ମାଧ୍ୟମରେ ପ୍ରଦର୍ଶନ କଲୁ ।

ମୁଖ୍ୟତଃ ଏହି କରୋନା ସମୟରେ ସାଇବର କ୍ରାଇମ ଅଧିକ ମାତ୍ରାରେ ବଢିଚାଲିଛି ଏବଂ ଗରିବ ଓ ନିରୀହ ଲୋକେ ଏହା ଦ୍ୱାରା  ଅଧିକାଂଶରେ ପ୍ରଭାବିତ ହୋଇଛନ୍ତି । ଏଟିଏମ କାର୍ଡ ଏକ୍ସଚେଞ୍ଜ , ଅନ-ଲାଇନ ଡାଉନଲୋଡ଼ , ପାଶୱାଡ଼  ଏବଂ କେୱାଇସି ପ୍ରଭୃତି ଡୁପ୍ଲିକେଟ ଫେକ୍ ପ୍ରସ୍ତୁତ କରି ଫ୍ରଡ଼ କରୁଛନ୍ତି । ଏତଦ୍ ବ୍ୟତୀତ କରୋନା ପାଇଁ ମଧ୍ୟ ଗତ କିଛିଦିନ ହେଲାଣି ନୂଆ ନୂଆ ଅନଲାଇନ କ୍ରାଇମ ମଧ୍ୟ ଚାଲିଛି । ଏଥିରେ କରୋନାରେ ତୁମ ସମ୍ପର୍କୀୟ ସଂକ୍ରମିତ ହୋଇଛନ୍ତି କହି ଟଙ୍କା ମାଗୁଛନ୍ତି ଏବଂ ସେନିଟାଇଜର ଅରିଜିନାଲ ଜିନିଷ ଦେବୁ କହି ଟଙ୍କା ନେଇ ନକଲି ଓ ନିମ୍ନ ମାନର ଜିନିଷ ଦେଇ ଠକୁଛନ୍ତି । ଲୋକେ ଯେଭଳି ଏ ଦିଗରେ କୌଣସି ଠକାମୀର ଶିକାର ନ ହେବେ ଏବଂ ପ୍ରକୃତରେ ସତ ଓ ମିଛ କଣ , ଏ ଦିଗରେ କିଭଳି ସମ୍ପୂର୍ଣ୍ଣ ଭାବେ ଜାଣିପାରିବେ , ସେଥିପାଇଁ ଏହି ଷ୍ଟ୍ରୀଟ-ପ୍ଲେ ଏବଂ ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଛନ୍ତି |

0
0
0
s2sdefault