ହେଡଲାଇନସ୍:

କନ୍ଧମାଳ ସାଂସଦଙ୍କ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଲି ଦେଖିଲେ କୋଭିଡ୍‍ ହସ୍‍ପିଟାଲ୍‍ ଏବଂ କ୍ୱାରେଣ୍ଟାଇନ୍‍ ସେଣ୍ଟର 

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଯୋଗଦେଲେ 

ଫୁଲବାଣୀ(ଗଗନ କୁମାର ପ୍ରଧାନ) : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ସାମନ୍ତ ଫୁଲବାଣୀଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଅଧ୍ୟକ୍ଷତା କରି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି., ଏସ୍‍ପି ପ୍ରତୀକ ସିଂହ ଓ ଅନ୍ୟ ପ୍ରଶାସିନକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଶ୍ରୀ ସାମନ୍ତ ଫୁଲବାଣୀ କୋଭିଡ୍‍ ହସ୍‍ପିଟାଲ୍‍ ଏବଂ କ୍ୱାରେଣ୍ଟାଇନ୍‍ ସେଣ୍ଟର ବୁଲି ଦେଖିଥିଲେ । ସେହିପରି ବିଧାୟକ ପ୍ରଦୀପ ଅମାତ, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏପ୍‍ପି ୱାଇ ଆର୍‍ ରାଓଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତ ବୌଦ୍ଧଠାରେ ଖୋଲାଯାଇଥିବା କୋଭିଡ୍‍ ହସ୍‍ପିଟାଲ୍‍ ଓ କ୍ୱାରେଣ୍ଟାଇନ୍‍ ସେଣ୍ଟର ପରିଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ବୌଦ୍ଧ କ୍ୱାରେଣ୍ଟାଇନ୍‍ ସେଣ୍ଟରର ଅନ୍ତେବାସୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସାଂସଦଙ୍କ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଉଭୟ ଜିଲ୍ଲାକୁ କୋଭିଡ୍‍ ହସ୍‍ପିଟାଲ୍‍ ପାଇଁ ପ୍ରଦାନ କରାଯାଇଥିବା ସାଂସଦ ପାଣ୍ଠି ବିନିଯୋଗର ଅଗ୍ରଗତି ସଂପର୍କରେ ମଧ୍ୟ ଶ୍ରୀ ସାମନ୍ତ ଉଭୟ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

0
0
0
s2sdefault