ହେଡଲାଇନସ୍:

 ସାବଧାନ : ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଛୁଁଇଲା କରୋନା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଆଜି ସମ୍ବଲପୁର ଜ଼ିଲ୍ଲାରୁ  ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ ଉଭୟ ପୁରୁଷ ଏବଂ ବୟସ ୨୨ ଏବଂ ୨୬ ଏବଂ ସେମାନେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଧନକଡଡା ବ୍ଲକ କରଡୋଲା ଏବଂ ବସନ୍ତପୁର ପଂଚାୟତର  ବୋଲି ଜଣାପଡିଛି l ୨୨ ବର୍ଷ ଯୁବକ ଜଣକ ଗତ ୧୭ ତାରିଖ ଦିନ ଉତ୍ତର ପ୍ରଦେଶ ର ଆଗ୍ରା ଏବଂ ୨୬ ବର୍ଷ ବୟସ ଯୁବକ ଜଣକ ଗତ ୧୬ ତାରିଖ ଆନ୍ଦ୍ରପ୍ରଦେଶ ରାଜ୍ୟ ବିଶାଖାପାଟନମ ରୁ ଫେରି ଉଭୟ ଜମାଦା

ରପାଲି ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ l କରୋନା ପଜିଟିଭ ଚି଼ହ୍ନଟ ପରେ ସେମାନଙ୍କୁ କୋଭିଡି ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l ୨ ଶହ ଶଯ୍ୟା ବିଶିଷ୍ଟ  ଜମlଦlରପାଲି ସଙ୍ଗରୋଧ କେନ୍ଦ୍ରରେ ବର୍ତମାନ ୧୨୨ ଜଣ ପ୍ରବାସୀ ରହୁଛନ୍ତି l ଆଜି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ଜଣାପଡିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସମଗ୍ର ସଙ୍ଗରୋଧ କେନ୍ଦ୍ର ପରିସର କୁ ବିଶୋଧନ କରାଯାଇଥିଲା l ତେବେ, ଉଭୟେ ଫେରିବା ପରେ ସଙ୍ଗରୋଧ କେନ୍ଦ୍ରକୁ ସିଧାସଳଖ ଯାଇଥିଲେ ନା ନାହିଁ ସେହି ସମ୍ପର୍କରେ ବିସ୍ତୃତ ବିବରଣୀ ସଂଗ୍ରହ ଜାରୀ ରହିଛି l

0
0
0
s2sdefault