ହେଡଲାଇନସ୍:

ରେଙ୍ଗାଲିରେ ଅନ ଲାଇନ ମଦ ବିକ୍ରି ଆରମ୍ଭ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ଅବକାରୀ ବିଭାଗର ସତର୍କ ଦୃଷ୍ଟି ।

ସମ୍ବଲପୁର/ରେଙ୍ଗାଲି(ରମାକାନ୍ତ ବିଶ୍ବାଳ):   କରୋନା ମହାମାରି ପାଇଁ ଆଜିକୁ ପ୍ରାୟ ଦୁଇ ମାସ ହେବ ସଂପୂର୍ଣ୍ଣ ବନ୍ଦ ଥିବା ବିଦେଶୀ ମଦ ଦୋକାନ ଆଜି ଠାରୁ ଅନ ଲାଇନରେ ମଦ ବିକ୍ରି ଆରମ୍ଭ କରିଛି।ଦୋକାନ ସାମନାରେ ଗ୍ରହକଙ୍କ ଭିଡକୁ ବନ୍ଦ କରିବା ସହ ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ରେଙ୍ଗାଲି ଅବକାରୀ ବିଭାଗର ସବଇନ୍ସପେକ୍ଟର ମାନସି ନାଏକ ଓ ସହ କର୍ମୀ ମାନେ

ରେଙ୍ଗାଲି ତହସିଲ ଛକ ପାଖରେ ଥିବା ମଦ ଦୋକାନ ସହ ଠେଲକୋଲେଇ ଏବଂ ଲଇଡା ବିଦେଶୀ ମଦ ଦୋକାନ ଉପରେ ସତର୍କ ଦୃଷ୍ଟି ରଖିଥିବା ଦେବାକୁ ମିଲିଛି। ମଦ ଦୋକାନ ଠାରୁ ୫୦୦ ମିଟର ଦୂରତା ଥିବା ବିଭିନ୍ନ ଦୋକାନ 

ମାନଙ୍କୁ ସରକାରୀ ନିୟମ ଅନୁସାରେ ଆଗରୁ ଅନ ଲାଇନରେ ବୁକ କରିଥିବା ଗ୍ରାହକ ମାନଙ୍କୁ ମଦ ଦୋକାନୀ ମଦ ପହଞ୍ଚାଇ ଦେଉଥିବା ଜଣାପଡିଛି । ପ୍ରତ୍ୟେକ ଦିନ ସଂଧ୍ୟା ୭ଟାରୁ ମଦ ପାଇଁ ଅନ ଲାଇନରେ ବୁକିଙ୍ଗ ଗ୍ରହଣ କରାଯାଇ ପରବର୍ତ୍ତୀ ଦିନ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଡେଲିଭେରି ଦିଆଯାଇଛି । ସରକାରଙ୍କ ଏପରି ନିୟମକୁ ବୁଦ୍ଧିଜୀବି ମହଲରେ ପ୍ରସଂଶା କରାଯାଉଥିବା ବେଲେ ମଦ ଦୋକାନ ସାମନାରେ ମଦ୍ୟପଙ୍କ ଭିଡ କମିଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି  ମଧ୍ୟ ହେଉନଥିବା ଜଣା ପଡିଛି ।

0
0
0
s2sdefault