ସେବାୟତଙ୍କ ମତ ସମ୍ପର୍କରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ/ ଶାସକ ପ୍ରଶାସକ : ଚଳିତବର୍ଷ ସ୍ନାନଯାତ୍ରା ପାଇଁ ରାତି ଗୋଟାଏରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । କରୋନା ପରିପ୍ରେକ୍ଷୀରେ ନୀତି ନିର୍ଘଣ୍ଟରେ ଏଭଳି ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର । ଆଜି ପୁରୀ ଠାରେ ଛତିଶା ନିଯୋଗ ସହିତ ଆଲୋଚନା ପରେ ସେ ଏହି ସୂଚନା ଦେବା ସହିତ ପହଣ୍ଡିରେ କେତେ ସେବାୟତ ଉପସ୍ଥିତ ରହିବେ ତାହାର ତାଲିକା ଦୁଇଦିନ ମଧ୍ୟରେ ଦେବାପାଇଁ କହାଯାଇଛି ବୋଲି କହିଛନ୍ତି |
ତାଲିକା ମିଳିଲା ପରେ ଆସନ୍ତା ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ଯେଉଁ ସେବକମାନଙ୍କର ଯେଉଁ ସେବା ରହିଛି ସେମାନେ ତାହା କରିବେ ବୋଲି ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି ।
ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିନେଇ ମୁଖ୍ୟ ପ୍ରଶାସକ ଡ. କୁମାର ଆଜି ଛତିଶା ନିଯୋଗର ସେବାୟତଙ୍କ ସହିତ ମାରାଥନ ଆଲୋଚନା କରିଥିଲେ । ଆଲୋଚନା କାଳରେ ସମସ୍ତେ ସଅଳ ପହଣ୍ଡି ସପକ୍ଷରେ ମତ ଦେଇଥିବାବେଳେ ଯେତେ ସଂଖ୍ୟକ ସମ୍ଭବ କମ୍ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ସମ୍ପନ୍ନ ପାଇଁ କହିଥିଲେ । ରାତି ଗୋଟାଏରୁ ତିନି ଠାକୁର ପହଣ୍ଡିରେ ସ୍ନାନମଣ୍ଡପକୁ ଆସିବେ ଏବଂ ସକାଳ ୭ରୁ ୯ଟା ମଧ୍ୟରେ ୧୦୮ ସୁବାସିତ ଜଳରେ ସ୍ନାନ କରିବେ । ସକାଳ ସାଢେ ୧୦ଟାରେ ଛେରା ପହଁରା ଏବଂ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଜୀଉମାନଙ୍କର ହାତିବେଶ ହେବ । ସ୍ନାନବେଦୀରୁ ତିନି ଠାରୁ ସଂଧ୍ୟା ୫ରୁ ୮ଟା ମଧ୍ୟରେ ପହଣ୍ଡିରେ ରତ୍ନ ସିଂହାସନକୁ ବାହୁଡିଜିବେ ।
ଗୋଟିଏ ପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଆଗେଇ ଚାଲିଥିବାବେଳେ ଅନ୍ୟ ପଟେ ପ୍ରଶାସନ ପକ୍ଷରୁ ରଥଯାତ୍ରା ପୂର୍ବରୁ ଥିବା ବିଧି ବିଧାନ ଗୁଡିକୁ ସୁଚାରୁ ରୂପେ ପାଳନ କରାଯାଉଥିବାରୁ ଚଳିତବର୍ଷ ରଥଯାତ୍ରା ନିଶ୍ଚିତ ହେବା ନେଇ ଦିନକୁ ଦିନ ଆଶା ବଢିବାରେ ଲାଗିଛି ।








