ହେଡଲାଇନସ୍:

ନୂଆପଡାରେ ବଢି ଚାଲିଛି କରୋନା ପଜିଟିଭ :ଆଜିକୁ ମିଶାଇ ୧୪ ଜଣ ପଜିଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା  ସମସ୍ତ ୫ ଟି ବ୍ଲକରେ ଆଜିକୁ ମିଶାଇ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଆଜି ଏକ ଆହୁତ ସମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି । 

ସୂଚନା ମୁତାବକ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା ସିନାପାଲି ବ୍ଲକର ଘୁଚାଗୁଡା ଓ ଗୋରଲା ରୁ ଜଣେ ଲେଖାଏଁ, ବୋଡେନ ବ୍ଲକ କିରେଝେଲା ରୁ ୨ ଟି, ଖଡିଆଳ ବ୍ଲକ ଭୁଲିଆସିକୁଆଁରୁ ୨ ଟି, ଚନାବେଡା ରୁ ୪ ଟି କୋମନା ବ୍ଲକ କାଶିପଲା ରୁ ୨ ଟି ଏହିପରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୨ ଟି କରୋନା ପଜିଟିଭ ରିପୋର୍ଟ ହସ୍ତଗତ ହୋଇଛି । ସିନାପାଲି ବ୍ଲକର ଘୁଚାଗୁଡା ରୁ ଆସିଥିବା ପଜିଟିଭ ରିପୋର୍ଟ ଗୁଜୁରାଟ ପ୍ରବାସୀ ହୋଇଥିବା ବେଳେ ବାକି ୧୧ ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣା ପଡିଛି । ସମସ୍ତ ପଜିଟିଭ ଆକ୍ରାନ୍ତଙ୍କ ବୟସ ୨୩ ରୁ ୩୦ ବର୍ଷ ଭିତରେ ଜଣାପଡିଛି । ସମସ୍ତ ଆକ୍ରନ୍ତଙ୍କୁ ନୂଆପଡା ସିଲଦାସ୍ଥିତ କୋଭିଡ-୧୯ ହସପିଟାଲକୁ ସ୍ୱତନ୍ତ୍ର ଆମ୍ବୁଲେନ୍ସ ଯୋଗେ ନିଆଯାଇଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ପଠାଯାଇଥିବା ଜିଲ୍ଲାପାଳ ଶ୍ରୀମତି ସାହୁ କହିଛନ୍ତି ।  

0
0
0
s2sdefault