ହେଡଲାଇନସ୍:

ହୋଟେଲଗୁଡ଼ିକର ଷ୍ଟାର ରେଟିଙ୍ଗ ଓ  ବର୍ଗୀକରଣ ଅବଧି ଜୁନ 30 ପର୍ଯ୍ୟନ୍ତ ବଢ଼ିଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟ୍ରାଭେଲ ଏଜେଣ୍ଟ, ଟୁର ଅପରେଟରମାନଙ୍କୁ ମଧ୍ୟ 6 ମାସ ପାଇଁ ମହଲତ

ନୂଆଦିଲ୍ଲୀ : ପର୍ଯ୍ୟଟନ ମନ୍ତ୍ରଣାଳୟ ବିଭିନ୍ନ ଶ୍ରେଣୀର ପର୍ଯ୍ୟଟକମାନଙ୍କ ରହିବା କ୍ଷମତାକୁ ବିଚାରକୁ ନେଇ ହୋଟେଲଗୁଡ଼ିକୁ ତାରକା ମାନ୍ୟତା ପ୍ରଦାନ କରିଥାଏ । ଏହି ପଦ୍ଧତି ଅନୁସାରେ ହୋଟେଲଗୁଡିକୁ ଏକ ତାରକାରୁ ତିନି ତାରକା, ଚାରି ତାରକାରୁ ପାଞ୍ଚ ତାରକା ମଦ ଏବଂ ବିନା ମଦ ସହିତ, ପଞ୍ଚତାରକା ଡିଲକ୍ସ, ହେରିଟେଜ, ହେରିଟେଜ କ୍ଲାସିକ, ହେରିଟେଜ ଗ୍ରାଣ୍ଡ, ଆପାର୍ଟମେଣ୍ଟ ହୋଟେଲ, ହୋମ ଷ୍ଟେ ଓ ଗେଷ୍ଟ ହାଉସ ଭାବେ ବର୍ଗୀକରଣ କରିଥାଏ । ଏହି ବର୍ଗୀକରଣ ଓ ପ୍ରମାଣପତ୍ରର ଅବଧି 5 ବର୍ଷ ପାଇଁ ବୈଧ ରହିଥାଏ । ବର୍ତ୍ତମାନ ସମୟରେ କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ହୋଟେଲ ଶିଳ୍ପ ଗୁରୁତର ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହାକୁ ବିଚାରକୁ ନେଇ ଅନୁମୋଦନ ଓ ପ୍ରମାଣନ ବୈଧତାର ଅବଧିକୁ ଜୁନ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟକ ଅପରେଟର, ଦୁଃସାହସିକ ପର୍ଯ୍ୟଟନ ଅପରେଟର, ପର୍ଯ୍ୟଟକ ପରିବହନ ଅପରେଟର ପ୍ରଭୃତିଙ୍କୁ ମଧ୍ୟ ଅନୁମତିପତ୍ର ପ୍ରଦାନ ପାଇଁ ମନ୍ତ୍ରଣାଳୟର ଯୋଜନା ରହିଛି । ଏହା ପର୍ଯ୍ୟଟନର ଗୁଣାତ୍ମକ ମାନ ବୃଦ୍ଧି ସହ ଦେଶରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ କରିବ । ଲକଡାଉନ ଯୋଗୁଁ ବିଭିନ୍ନ ନିରୀକ୍ଷଣ ଓ ଯାଞ୍ଚ କାର୍ଯ୍ୟ ବନ୍ଦ ରହିଥିବାରୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଏସମସ୍ତଙ୍କୁ 6 ମାସର ମହଲତ ଦେବାକୁ କେତେକ ସର୍ତ୍ତରେ ଏହାକୁ ସ୍ଥିର କରିଛି ।

ପୂର୍ବ ଅନୁମତି ବା ଅନୁମୋଦନର ଅବଧି ମାର୍ଚ୍ଚ 20 ତାରିଖ ମଧ୍ୟରେ ଶେଷ ହୋଇଥିବ ବା ମନ୍ତ୍ରଣାଳୟ ପକ୍ଷରୁ ନିରୀକ୍ଷଣ ଓ ଯାଞ୍ଚ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବ । ବର୍ତ୍ତମାନ ବା ପୂର୍ବ ଅନୁମୋଦନର ଅବଧି ସମାପ୍ତି ପୂର୍ବରୁ ଯଦି ସେମାନେ ନବୀକରଣ ପାଇଁ ଆବେଦନ କରିଥିବେ, ତା’ହେଲେ ଏହି ସର୍ତ୍ତରେ ମହଲତ ଦିଆଯିବ ।  

0
0
0
s2sdefault