ଭୁବନେଶ୍ୱର : ଆମ୍ପାନରେ ଅଧିକ କ୍ଷତିଗ୍ରସ୍ତ ପଶ୍ଚିମ ବଙ୍ଗ | ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ବି ଚାଲିଛି ସେଠି | ଆଉ ସେ ପୁନରୁଦ୍ଧାରର କାର୍ଯ୍ୟକ୍ରମର ଭିଡ ଭିତରେ ନିଜ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇପାରିଛି ସେଠାରେ ନିୟୋଜିତ ହୋଇଥିବା ଓଡିଶା ଅଗ୍ନିଶମ ସେବା | ଆଉ ସ୍ଥାନୀୟ ଲୋକ ଓ ପ୍ରଶାସନ ବି ପ୍ରଶଂସା କରିଛନ୍ତି ଓଡିଶା ଅଗ୍ନିଶମ ସେବାର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ | ବାତ୍ୟା ପ୍ରପୀଡ଼ିତ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଦେବା ପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ହାଓଡ଼ା ପୌରାଞ୍ଚଳରେ ନିୟୋଜିତ ହୋଇଛନ୍ତି ଓଡିଶା ଅଗ୍ନିଶମ ସେବାର ଲଢୁଆ କର୍ମଚାରୀମାନେ | ଲୋକଙ୍କ ଜୀବନ ସ୍ୱାଭାବିକ କରିବା ଚଳାଇଛନ୍ତି ପ୍ରଚେଷ୍ଟା | ଆଉ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଯାଇଛି | ହାଓଡ଼ା ପୌର ପ୍ରଶାସନ ଓଡିଶା ଅଗ୍ନିଶମ ବିଭାଗର ଲଢୁଆ କର୍ମଚାରୀଙ୍କ କାର୍ଯ୍ୟରେ ଲୋକଙ୍କ ସ୍ଥାନୀୟ ଲୋକଙ୍କ ସଂତୁଷ୍ଟିକୁ ଧନ୍ୟବାଦ ଜଣାଇବା ସହ ଓଡିଶା ସରକାରଙ୍କୁ ବି ସୂଚନା ଦେଇଛନ୍ତି |









