ହେଡଲାଇନସ୍:

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫ୍ରି : ସୁଲଭ ଶୌଚାଳୟ ବି ନେବନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁଚବନେଶ୍ୱର : କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟ ଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ କୁହାଯାଇଛି ।ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଆଜି ଏହି ମର୍ମରେ ରାଜ୍ୟର ୧୧୪ଟି ପୌରସଂସ୍ଥା ଏବଂ ସୁଲଭ ଇଣ୍ଟରନାସନାଲକୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଶୌଚାଳୟ ଗୁଡିକରେ ଲୋକଙ୍କ ଠାରୁ ଅର୍ଥ ଆଦାୟ ନକରିବାକୁ ନିର୍ଦ୍ଦେଶ  ଦେଇଛନ୍ତି । ଶ୍ରୀ ମାଥିଭାଥନନ ଏହି ମର୍ମରେ ମହାନଗର ନିଗମର କମିଶନର ଏବଂ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି ।

ସେହିଭଳି ରାଜ୍ୟରେ ସର୍ବାଧିକ ଶୌଚାଳୟ ପରିଚାଳନା ଦାୟିତ୍ୱରେ ଥିବା ସୁଲଭ ଇଣ୍ଟରନାସନାଲକୁ ମଧ୍ୟ ଏହି ନିର୍ଦ୍ଦେଶ   ପାଳନ ପାଇଁ କୁହାଯାଇଛି । ପ୍ରମୁଖ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ସରକାରଙ୍କର ଏଭଳି ନିଷ୍ପତ୍ତି କେବଳ ଖୋଲାରେ ମଳତ୍ୟାଗକୁ ରୋକିବା ନୁହେଁ, ବରଂ ଅଧିକରୁ ଅଧିକ ଲୋକଙ୍କୁ ଉନ୍ନତ ପରିମଳ ସୁବିଧା ପ୍ରଦାନ କରିବା ସହିତ ସେମାନଙ୍କର ଜୀବନଧାରଣମାନରେ ଉନ୍ନତି ଆଣିବା । କାରଣ କରୋନା ଏବେ ଦିନ ମଜୁରିଆ ଓ ସହରର ଗଳି କନ୍ଦିରେ ବ୍ୟବସାୟ କରୁଥିବା ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ।

ସେହିଭଳି ସହରାଞ୍ଚଳରେ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ (ୟୁଡବ୍ଲୁ୍ୟଇଆଇ) ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହା ଅଧିନରେ ପୌର ସଂସ୍ଥା ଗୁଡିକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି । ଏହା ଦ୍ୱାରା ବର୍ତ୍ତମାନ ଥିବା ପରିମଳ ବ୍ୟବସ୍ଥା ଉପରେ ଅଧିକ ଚାପ ପଡିବାକୁ ଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ଶୌଚାଳୟରୁ ଫି ଛାଡ ପାଇଁ ପତ୍ର ଲେଖାଯାଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉନ୍ନତ ପରିମଳ ବ୍ୟବସ୍ଥା ଯୋଗାଣ ସକାଶେ ସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଓ ହାଇବ୍ରିଡ଼  ଶୌଚାଳୟ ବ୍ୟବହାର ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଉପରୁ ବ୍ୟବହାରିକ ଦେୟ ଛାଡି ପାଇଁ କୁହାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧୧,୨୨୭ ଆସନ ବିଶିଷ୍ଟ ଗୋଷ୍ଠୀ ଓ ସାଧାରଣ ଶୌଚାଳୟ ରାଜ୍ୟର ସହରାଞ୍ଚଳରେ ନିର୍ମାଣ ହୋଇଥିବାବେଳେ ଏଠାରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେଉଛି । 

0
0
0
s2sdefault