କଟକ(ଶାସକ ପ୍ରଶାସକ) : ଶେଷରେ ବଜ୍ରକାପ୍ତାର ବି ହେବ କୋଭିଡ ପରୀକ୍ଷା । ଆଠଗଡ଼ ବନଖଣ୍ଡ ବଡମ୍ବା ମହୁଲପଦା କ୍ବାରେଣ୍ଟିନ ସେଣ୍ଟରରୁ ଉଦ୍ଧାର ବଜ୍ରକାପ୍ତାର ହେବ ସ୍ୱାବ ଟେଷ୍ଟ । ସ୍ୱାବ ଟେଷ୍ଟ କରାଯିବା ପରେ ଜଙ୍ଗଲରେ ବଜ୍ରକାପ୍ତା ଛଡ଼ାଯିବ କି ନାହିଁ ନିଷ୍ପତ୍ତି ନିଆଯିବ | ଏପରି ନିଷ୍ପତି ନେଇଛି ବନ ବିଭାଗ। ସୂଚନାଯୋଗ୍ୟ ଯେ ସୋମବାରଦିନ ବଜ୍ରକାପ୍ତାଟିକୁ ବଡମ୍ବା ମହୁଲପଦା କ୍ବାରେଣ୍ଟିନ ସେଣ୍ଟରରୁ ଉଦ୍ଧାର କରିଥିଲେ ଜଙ୍ଗଲ ବିଭାଗ | "ସ୍ଥାନୀୟ ସରପଂଚଙ୍କ ଠାରୁ ଖବର ପାଇବା ପରେ ଆମେ ବଜ୍ରକାପ୍ତାଟିକୁ ଆମେ କ୍ବାରେଣ୍ଟିନ ସେଣ୍ଟରରୁ ଉଦ୍ଧାର କରିଥିଲୁ | ଯେହେତୁ ଆମେ କ୍ବାରେଣ୍ଟିନ ସେଣ୍ଟରରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରିଛୁ, ତେଣୁ ତାର ସ୍ୱାବ ଟେଷ୍ଟ( କୋଭିଡ ଟେଷ୍ଟ) କରି ପରିଣାମ ଆସିବା ପରେ ତା ଆଧାରରେ ଜଙ୍ଗଲରେ ଛାଡ଼ିବୁ" ବୋଲି କହିଛନ୍ତି ଆଠଗଡ ଡ଼ିଏଫଓ ସସ୍ମିତା ଲେଙ୍କା |
ରାଜ୍ୟ
ବଜ୍ରକାପ୍ତାର ବି ହେବ କୋଭିଡ ପରୀକ୍ଷା
- Hits: 479