ହେଡଲାଇନସ୍:

ପୋଖରୀ ର ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ କୁ ନେଇ ଗ୍ରାମବାସୀ କଲେ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାର୍ଯ୍ୟ ତଦାରଖ ପାଇଁ ଗଲେ ବିଧାୟକ ଓ ବିଭାଗୀୟ ଯନ୍ତ୍ରୀ

      ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୩୭ ଅର୍ଥାତ ନକ୍ସାପାଲି ଗ୍ରାମର ଏକ ପୋଖରୀ ର ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ କୁ ନେଇ ଜନ ଅସନ୍ତୋଷ ତେଜିଛି । ଗ୍ରାମବାସୀ ଙ୍କ ଠାରୁ ଅଭିଯୋଗ ପାଇଲା ପରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ନେଇ ନିର୍ମାଣାଧୀନ କାର୍ଯ୍ୟ ତଦାରଖ କରିବାକୁ ପହଞ୍ଚିଲେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାଏକ ।

          ସୂଚନା ଥାଉ କି ଯେ ୧ କୋଟି ୪୭ ଲକ୍ଷ ବ୍ୟୟ ଅଟକଳରେ ଚାଲିଥିବା ଏହି ବଡ଼ବନ୍ଧ ର  କାର୍ଯ୍ୟ ସମ୍ପାଦନ ର ତାରିଖ ମାତ୍ର ଆଉ କେତୋଟି ଦିନ ବାକି ଥିବା ବେଳେ ମାତ୍ର ୧୭ ଲକ୍ଷ ଟଙ୍କା ର କାର୍ଯ୍ୟ ସରିଛି । ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ନିର୍ମାଣ କାର୍ଯ୍ୟ ରେ ଲୁହା ଛଡ଼ ମାନେ କଂକ୍ରିଟ ରୁ ବାହାରି ରହିଛି । ଗାଧୋଇ ଯାଉଠୁବା ବେଳେ ଗ୍ରାମବାସୀ ଏଥିରେ ଗୁର୍ଘଟଣାଗ୍ରସ୍ତ ହୋଇ ଆହତ ହେଉଛନ୍ତି । ଆଜି ମହାନଗର ନିଗମ ର କନିଷ୍ଠ ଯନ୍ତ୍ରୀ ଶ୍ରୀ ଇନ୍ଦ୍ରମଣି ସାହୁ ବିଧାୟକ ଶ୍ରୀଯୁକ୍ତ ନାଏକ ଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚିଲା ପରେ ଗ୍ରାମବାସୀ ଉକ୍ତ କାର୍ଯ୍ୟର ଗୁଣବତ୍ତା କୁ ନେଇ ପ୍ରଶ୍ନ ଉଠାଇଥିଲେ ଓ ନିମ୍ନ ମାନ ର କାର୍ଯ୍ୟ ର ଅଭିଯୋଗ ମଧ୍ୟ କରିଥିଲେ । ଅର୍ଦ୍ଧ ନିର୍ମିତ କାର୍ଯ୍ୟ କୁ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ପାଇଁ ସଠିକ ଭାବରେ ଓ ଉଚ୍ଚମାନ ର କରିବା ପାଇଁ ଉପସ୍ଥିତ ବିଧାୟକ ଓ ଗ୍ରାମବାସୀ ଦାବୀ କରିଥିଲେ । 

            ଏହି କାର୍ଯ୍ୟକ୍ରମ ରେ ବିଜେପି ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ ସାହୁ, ବିଜେପି କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ମଣ୍ଟୁ ଅଗ୍ରୱାଲ, ଗ୍ରାମର ଦେବାଶିଷ ବେହେରା, ବବୃବାହାନ ବେହେରା, ହାଡୁ ପ୍ରଧାନ, ଦେବନ୍ତ ବେହେରା, ଅନୀଲ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault