ହେଡଲାଇନସ୍:

ଆଜି ପବିତ୍ର ଇଦ : ଅଂଚଳ ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଶାସକ ଓ ରାଜନେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ମୁସଲିମ ସମ୍ପ୍ରଦାୟର ବଡ଼ ପର୍ବ ଇଦ । ଦୀର୍ଘ ଏକ ମାସର ରମଜାନ ଉପବାସ ପରେ ଏହି ପର୍ବ ପାଳିତ ହେଇଥାଏ । ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଉପାଖଣ୍ଡର ସମସ୍ତ ମୁସଲିମ ଭାଇ ମାନଙ୍କୁ ପବିତ୍ର ଇଦ ର ଶୁଭେଛା ଜଣାଇବା ସହିତ ସରକାର ଙ୍କର ଦ୍ୱାରା ଜାରି କରାଯାଇଥିବା ନିୟମ ମୁତାବକ ସମସ୍ତେ ଇଦ ପର୍ବ ପାଳନ କରନ୍ତୁ ବୋଲି କହିଛନ୍ତି । ସେହିଭଳି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ସାମଲ , DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ଝାରବନ୍ଧ BDO ଶ୍ରୀ ରୁନୁ ଲାକ୍ରା , ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଅର୍ଯ୍ୟନ ପଣ୍ଡା , ଜଗଦଲପୁର ଠାବ ଅଧିକାରୀ ଶ୍ରୀମତୀ ଲିଲିମା ଲଳିତା ବାର୍ଳା , ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ପ୍ରମୂଖ ଇଦ ର ଶୁଭକାମନା ଜଣାଇବା ସହିତ ଏହି ମହାମାରୀ ସଂକ୍ରମଣ ରୁ ନିଜକୁ ରକ୍ଷା କରିବା ପାଇଁ ସରକାରଙ୍କର ଦ୍ୱାରା ଜାରି କରାଯାଇଥିବା ନିୟମକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ।: 

0
0
0
s2sdefault