ହେଡଲାଇନସ୍:

କିଏ ବୋଳୁଛି କଳଙ୍କ :କିନ୍ତୁ ସାବିତ୍ରୀ ବଢ଼ାଇଲେ ବର୍ଦ୍ଦିର ଟେକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଥାନାଧିକାରିଣୀ ସାବିତ୍ରୀଙ୍କ ମଣିଷ ପଣିଆ : ସବୁଆଡୁ ଛୁଟୁଛି ସାବାସୀର ସୁଅ

ଝାରସୁଗୁଡା / ଭୁବନେଶ୍ୱର  :- ( ସୁବାଷ ସାହାରେ / ଗୋୖରାଙ୍ଗ ଚରଣ ଦାସ ) :- କୋଉଠି ଥାନା ଅଧିକାରୀ ସିନା ବର୍ଦ୍ଦିରେ କଳଙ୍କ ବୋଲୁଛନ୍ତି । ହେଲେ ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ ଆଜି ଯେଉଁ ଭଳି ମଣିଷ ପଣିଆ ଦେଖାଇଛନ୍ତି ତାହା ବର୍ଦ୍ଦିର ଟେକ ବଢ଼େଇଦେଇଛି ।କୋରୋନା ମହାମାରୀ ପାଇଁ ବର୍ତ୍ତମାନ ସାରା ଦେଶରେ ଅନେକ କଟକଣା ସରକାର ଙ୍କର ତରଫରୁ ଲାଗୁ କରାଯାଇଛି । କାମଧନ୍ଦା ଅଭାବରୁ ବର୍ତ୍ତମାନ ଶ୍ରମିକ ଶ୍ରେଣୀର ଲୋକେ ଘରମୁହାଁ ହେଉଛନ୍ତି । ଶ୍ରମିକ ମନଙ୍କୁ ସୁରକ୍ଷିତ ଭାବରେ ନିଜର ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପ୍ରକାର ଆୟୋଜନ ମଧ୍ୟ କରିଛନ୍ତି । ଏହିକ୍ରମରେ ଆଜି ମହାରାଷ୍ଟ୍ର ରୁ ବିହାର କୁ ଯାଉଥିବା ଏକ ଶ୍ରମିକ ସ୍ପେସିଆଲ ଟ୍ରେନରେ ଜଣେ ଗର୍ଭବତୀ ମହିଳା ଙ୍କର ପ୍ରସବ ବେଦନା ଆରମ୍ଭ ହେଇଥିଲା ଛତିଶଗଡ଼ ର ରାୟଗଡ଼ ନିକଟରୁ । ଏହି ଖବର ତୁରନ୍ତ ଆସି ପହଞ୍ଚିଥିଲା ଝାରସୁଗୁଡା ରେଳ ଷ୍ଟେସନରେ । ଏହି ଖବରକୁ ରେଳ ଅଧିକାରୀ ମାନେ ଜିଲ୍ଲା ପ୍ରଶାସନ କୁ ଜଣାଇବା ପରେ ଆମ୍ବୁଲାନ୍ସ କୁ ଡକା ଯାଇଥିଲେ ହେଲେ ଟ୍ରେନ ପହଂଚିବା ବେଳକୁ ଆମ୍ବୁଲାନ୍ସ ପହଂଛି ନଥିବାରୁ ମହିଳାଙ୍କର ଅବସ୍ଥା ଦେଖି  ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ନିଜ PCR ଭେନରେ ମହିଳାଙ୍କୁ ନେଇ ହସ୍ପିଟାଲ ଅଭିମୁଖେ ବାହାରି ଥିଲେ । ହେଲେ PCR ମାତ୍ର କେଇ ଶହ ମିଟର ଯିବା ଭିତରେ ମହିଳା ଜଣକ ଏକ ଶିଶୁକୁ ସେହି ଭେନ ଭିତରେ ଜନ୍ମ ଦେଇଥିଲେ । ଶିଶୁ ଜନ୍ମ ହେବାପରେ ଥାନା ଅଧିକାରୀ ମାଁ ଛୁଆକୁ ନେଇ ଡାକ୍ତରଖାନାରେ ଭର୍ତି କରାଇଥିଲେ । ହସ୍ତଗତ ହେଇଥିବା ଖବର ମୁତାବକ ବର୍ତ୍ତମାନ ମାଁ ଛୁଆ ଉଭୟ ସ୍ଵସ୍ଥ ଅଛନ୍ତି । 

 ଏଠାରେ ଉଲ୍ଲେଖଯୋଗ୍ୟ କଥା ହେଲା ପୁରା ଘଟଣାକ୍ରମରେ ଥାନା ଅଧିକାରୀ ସାବିତ୍ରୀ ବଳ ଙ୍କର ଭୂମିକା । ଜଣେ ମହିଳା ହେଉଥିବା କାରଣରୁ ଜଣେ ମହିଲାର ପୀଡା ବୁଝି ପାରିଥିଲେ । ଥାନା ଅଧିକାରୀ ହୋଇ ସମୟ ଓ ପରିସ୍ଥିତି କୁ ଦେଖି  କିଛି ସମୟ ପାଇଁ ନିଜେ ସାଜିଥିଲେ ଜଣେ ଡାକ୍ତର ଆଉ ତାଙ୍କର PCR ଭେନ ହେଇଥିଲା ଆମ୍ବୁଲାନ୍ସ । ନିଜେ ଥାନା ଅଧିକାରୀ ସହାୟକ ହେଇଥିଲେ ମହିଳା ଜଣକର ପ୍ରସବ କରାଇବାରେ । ବ୍ୟସ୍ତତା ମଧ୍ୟରେ ବି ନିଭାଇଛନ୍ତି ଜଣେ ମାଁର କର୍ତବ୍ୟ । ଏଥିପାଇଁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି । ବସ୍ତାଵରେ ଥାନା ଅଧିକାରୀ ସାବିତ୍ରୀ ବଳ ଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ଶାସକ ପ୍ରଶାସକ ପୁରା ପରିବାର ଝାରସୁଗୁଡା ଥାନା ଅଧିଲାରୀ ସାବିତ୍ରୀ ବଳ ଙ୍କୁ ତାଙ୍କର ଏହିଭଳି ମହତ କାର୍ଯପାଇଁ ଅନେକ ଅନେକ ଧନ୍ୟବାଦ ଜଣାଉଛି ।

0
0
0
s2sdefault