ହେଡଲାଇନସ୍:

ତାରିଖ ପେ ତାରିଖ....ତାରିଖ ପେ ତାରିଖ.....ତାରିଖ ପେ ତାରିଖ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

17-05-18-sani.jpg - 57.42 kB

ଚିଟ ଫଣ୍ଡ  କମିଶନଙ୍କ ପାଇଁ ୪ କୋଟି ଖର୍ଚ୍ଚ : କାର୍ଯ୍ୟକାଳ ବଢ଼ିଲାଣି ୧୪ ଥର

ଭୁବନେଶ୍ୱର : ବିଧାନସଭାରେ ବିଜେପି ବିଧାୟକ ଦିଲ୍ଲୀପ ଚିଟ ଫଣ୍ଡ ସମ୍ପର୍କିତ ଉତ୍ତର ପଢିବା ପରେ ଦାମିନୀ ଚଳଚିତ୍ରରେ ସନ୍ନି ଦେଓଲଙ୍କ ଗୋଟାଏ ଡାଇଲଗ ମାନେ ପଡିଗଲା  ...ସେଇ ଯେଉଁ  ତାରିଖ ପେ ତାରିଖ....ତାରିଖ ପେ ତାରିଖ.....ତାରିଖ ପେ ତାରିଖ ,,,,,ଅବଶ୍ୟ ସେ ଡାଇଲଗ ସିନେମାରେ ଚଳିଗଲା | ସତସତିକା କଣ ଏମିତି କେହି କହିପାରିବେ | ନ୍ୟାୟାଳୟ ଆଉ ନ୍ୟାୟିକ ବ୍ୟବସ୍ଥା ପ୍ରତି ଭାରତୀୟଙ୍କ ଅଶେଷ ସମ୍ମାନ | ସିନେମାର ଡାଇଲଗ ଟା ଅବତାରଣା କଲୁ ଯାହା ..... 

ସରକାର ଦେଇଥିବା ଉତ୍ତରରେ କହିଛନ୍ତି ଯେ, ଚିଟଫଣ୍ଡ କମିଶନଙ୍କ ପାଇଁ ରାଜକୋଷରୁ ୪ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ କମିଶନ ଦେଇଛନ୍ତି ୪ଟି ଅନ୍ତରୀଣ ରିପୋର୍ଟ । ଚିଟ ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବସିବା ଠାରୁ ଏଯାବତ୍ ୧୪ଥର ନିର୍ଦ୍ଧାରିତ ହୋଇସାରିଲାଣି । ଚିଟ ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୪ ବର୍ଷ ତଳେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିବା ବେଳେ ଏଯାବତ୍ ଏଥିରୁ କେହି ପଇସାଟିଏ ବି ପାଇନାହାନ୍ତି । ତେବେ ରାଜ୍ୟରେ ୪୦୦ରୁ ଅଧିକ ଚିଟ ଫଣ୍ଡ ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇଛି । ବିଧାୟକ ଦିଲିପ ରାୟଙ୍କ ତିନୋଟି ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ବେଆଇନ୍ ଆର୍ଥିକ  ପ୍ରତିଷ୍ଠାନ ମାନଙ୍କ ଦ୍ୱାରା ଜମା ସଂଗ୍ରହର ତଦନ୍ତ ଲାଗି ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ରାଧାକୃଷ୍ଣ ପାତ୍ର ତଦନ୍ତ କମିଶନ ୨୦୧୩ ଜୁଲାଇ ମାସରେ ବସାଇଥିଲେ । ଏହି କମିଶନ ୩ ମାସ ମଧ୍ୟରେ ରିପୋର୍ଟ ଦେବା କଥା । ତେବେ ପରବର୍ତ୍ତୀ ସମୟରେ ତିନିଥରରେ ଜଷ୍ଟିସ୍ ପାତ୍ର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ତାଙ୍କ ବିୟୋଗ ପରେ ୨୦୧୫ ଫେବୃଆରୀ ମାସରେ ଅବସରପ୍ରାପ୍ତ ବିଚାରପତି ଏମ୍.ଏମ୍ ଦାସଙ୍କୁ ତଦନ୍ତ କମିଶନର ଦାୟିତ୍ୱ ଦିଆଯାଇ କାର୍ଯ୍ୟକାଳ ୬ ମାସ ନିର୍ଦ୍ଧାରଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ୯ ଥରରେ ଦାସ କମିଶନଙ୍କ କାର୍ଯ୍ୟକାଳ ୪୨ ମାସ ବଢ଼ିଛି । 

ଅର୍ଥମନ୍ତ୍ରୀଙ୍କ ସୂଚନାନୁଯାୟୀ ତଦନ୍ତ କମିଶନ, ଏହାର ଅଧିକାରୀ, କର୍ମଚାରୀଙ୍କ ଦରମା ଓ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ମୋଟ୍ ୪,୨୩,୧୮,୧୭୧ ଟଙ୍କା ବ୍ୟୟ ହୋଇଛି । ଜଷ୍ଟିସ୍ ଦାସ କମିଶନ ଇତିମଧ୍ୟରେ ସରକାରଙ୍କୁ ୪ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସହାୟତା ପ୍ରଦାନ ଲାଗି ୨୦୧୪ ମସିହାରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ କରିଛନ୍ତି । କମିଶନଙ୍କ ୪ଟି ଅନ୍ତରୀଣ ରିପୋର୍ଟ ଉପରେ କାର୍ଯାନୁଷ୍ଠାନ  ଚୂଡ଼ାନ୍ତ ହେବା ପରେ ଏହା ବିଧାନସଭାରେ ଉପସ୍ଥାପନ କରାଯିବ । 

ସେ ପୁଣି କହିଛନ୍ତି ଯେ ୨୦୧୦ରୁ ୨୦୧୮ ମାର୍ଚ୍ଚ ସୁଦ୍ଧା ୨୬୬ଟି ବେଆଇନ୍ ଆର୍ଥିକ  ପ୍ରତିଷ୍ଠାନ  ବିରୋଧରେ ୬୬୨ଟି ଫୌଜଦାରୀ ମାମଲା ପୋଲିସ ରୁଜୁ କରିଛି । ଏଥିମଧ୍ୟରୁ ୪୧୨ଟିରେ ଅଭିଯୋଗ ଫର୍ଦ୍ଧ ଦାଖଲ ହୋଇଛି । ଏହି ବ୍ୟାପାରରେ ୮୫୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ୮ଟି ଫୌଜଦାରୀ ମାମଲାର ବିଚାର ପରେ ଅଦାଲତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ଅଧିନିୟମ ଅନୁଯାୟୀ ୪୧ଟି ବେଆଇନ୍ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସରକାର ୨୧ଟି ପ୍ରସ୍ତାବରେ ଆଦେଶ ପ୍ରଦାନ କରିଥିବା ବେଳେ ଏହାର ଅନୁପାଳନ ଲାଗି ଡେଜିଗ୍ନେଟେଡ୍ କୋର୍ଟରେ ୪୧ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨୪ଟି ବି·ରାଧିନ ଥିବା ବେଳେ ଅବଶିଷ୍ଟ ମାମଲାରେ ଜବତ ସମ୍ପତ୍ତି ବାଜ୍ୟାପ୍ତି ଲାଗି ଆଦେଶ ହୋଇଛି । ତେବେ ମନ୍ତ୍ରୀଙ୍କ ପ୍ରଦତ୍ତ ଏହି ତଥ୍ୟରେ ଚିଟ ଫଣ୍ଡ ବ୍ୟାପାରରେ ସିବିଆଇ ରୁଜୁ କରିଥିବା ମାମଲା ସଂକ୍ରାନ୍ତରେ କିଛି ଉଲ୍ଲେଖ ନାହିଁ । 

 

0
0
0
s2sdefault