ଧର୍ମଗଡ଼ /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଆଜି ଗୋଲାମୁଣ୍ଡା ବ୍ଲକ ବେତରାଜପାଲି ଗାଁର ଦୁଇ ଅନାଥ ଭାଇ ଭଉଣୀଙ୍କୁ କିଛି ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ଯୋଗାଇ ଦିଆ ଯାଇଛି | ବେତରାଜପାଲି ଗାଁର ସ୍ବର୍ଗତ ରତ୍ନାକର ବାଗ ଓ ସ୍ବର୍ଗତ ମକର ଦେଇ ବାଗଙ୍କ ଝିଅ ନିର୍ମତି ବାଗ (୧୭) ଓ ପୁଅ ରାହୁଲ ବାଗ (୧୪) ଅତି କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି । ୪ ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ମା' ମଧ୍ୟ ବର୍ଷକ ତଳେ ଆରପାରିକୁ ଚାଲି ଯାଇଛନ୍ତି । ଏପଟେ ସେମାନଙ୍କ ସାନ ଭଉଣୀ ପିଙ୍କି ୪ ମାସ ତଳେ କୌଣସି ଏକ ଅଜଣା ରୋଗରେ ମୃତ୍ୟୁ ବରଣ କରିଛନ୍ତି । ମା' ବାପାଙ୍କ ମୃତ୍ୟୁ ପରେ ଏମାନେ ନିରାଶ୍ରୟ ହୋଇ ପଡିଛନ୍ତି । ଆହା ସାହା ହେବାକୁ କେହି ନାହିଁ । ନିଜର ଜମିବାଡ଼ି କିଛି ନଥିବାରୁ ପାଠ ପଢା ଛାଡି ଏହି ଦୁଇ ଭାଇ ଭଉଣୀ କୁଳି ମଜୁରୀ କରି ଚଳୁଛନ୍ତି । ନାବାଳକ ହୋଇଥିବା ଯୋଗୁଁ ଅନେକ ସମୟରେ ଏମାନଙ୍କୁ କାମ ମିଳେନାହିଁ । ବିଦ୍ୟୁତ ବିଲ ପଇଠ କରିନପାରିବାରୁ ଏମାନଙ୍କ ଘରୁ ବିଦ୍ୟୁତ ସେବା ବିଛିନ୍ନ କରିଦିଆ ଯାଇଛି । ସରକାରୀ ସାହାଯ୍ୟ କହିଲେ ମାସକୁ ମାତ୍ର ୧୦ କିଲୋ ଚାଉଳ । ଏମିତି ପରିସ୍ଥିତି ଭିତରେ ବି ଭାଙ୍ଗି ପଡି ନାହାନ୍ତି ଏହି ଭାଇ ଭଉଣୀ । ଏମାନଙ୍କୁ ସହାୟତା ପ୍ରଦାନ କରିବାସହ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ପ୍ରଶାସନ ପାଖରେ ନିବେଦନ କରିଛି ଜିଲ୍ଲା ଯୁବ ଯାଦବ ମହାସଭା ।
ରାଜ୍ୟ
ଅସହାୟ ପରିବାରକୁ ସହାୟତା ହାତ ବଢ଼ାଇଲା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା
- Hits: 274