ହେଡଲାଇନସ୍:

ଚତୁର୍ଥ ପର୍ଯ୍ୟାୟ ଲଗ ଡାଉନରେ ପ୍ରଥମ କରି ନୂଆପଡାକୁ ଛୁଇଁଲା କରୋନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା./ ଅମିତ ପୁରୋହିତ ; ନୂଆପଡା ଜିଲ୍ଲା ଚତୁର୍ଥ ପର୍ଯ୍ୟାୟ ଲଗ ଡାଉନର ଚଳିତ କ୍ରମରେ ଆଜି କରୋନା ପଜିଟିଭ ତାଲିକାରେ ସାମିଲ ହୋଇଛି । ସଦର ଜିଲ୍ଲା ନିଜକୁ ପୋଲିସ ଓ ଜିଲ୍ଲା ପ୍ରସାଶନର ବଳିଷ୍ଠ ଭାବେ ତାଲାବନ୍ଦର ୨ ମାସ ଧରି କରୋନାମୁକ୍ତ ରଖିଥିବାରେ ସମର୍ଥ ହୋଇଥିବା ବେଳେ ଏବେ କରୋନାଯୁକ୍ତ ହୋଇପଡିଛି ।  

ସଦର ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଝୋଲପଦର ଗ୍ରାମର ଜଣେ ୨୪ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ଜଣା ପଡିଛନ୍ତି । ସାନମହେଶ୍ୱର ପଞ୍ଚାୟତର ସରପଞ୍ଚ ବିଦୁର ଶବରଙ୍କ ସୂଚନାନୁସାରେ ଉକ୍ତ ଯୁବକ ଜଣକ ମୁମ୍ବାଇ ଫେରନ୍ତା ପ୍ରବାସୀ ବୋଲି ଜଣା ପଡିଛି । ସିଏ ସାନମହେଶ୍ୱର ସ୍ଥିତ କ୍ୱାରେନଟାଇନ ସେଣ୍ଟରର ୧ନମ୍ବର ହଲ ରେ ରହୁଥିଲେ । ତାଙ୍କର କରୋନା ପଜିଟିଭ ଥିବା ଜଣା ପଡିବା ପରେ ତାଙ୍କୁ ସଦର ବ୍ଲକ ଅନ୍ତର୍ଗତ ସିଲଦା ଗ୍ରାମ ନିକଟରେ ଉଦ୍ଧିଷ୍ଟ ଥିବା କୋଭିଡ – ୧୯  ସ୍ୱତନ୍ତ୍ର ହସପିଟାଲକୁ ସ୍ତାନାନ୍ତରିତ କରାଯାଇଅଛି । ଶ୍ରୀ ବିଦୁର ଙ୍କ ଅନୁସାରେ କ୍ୱାରେନଟାଇନ ସେଣ୍ଟରକୁ ଭଲ ଭାବରେ ସେନିଟାଇଜ କରାଯାଇଛି । ସାନମହେଶ୍ୱର ପଞ୍ଚାୟତକୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । 

ନୂଆପଡା ଜିଲ୍ଲାରେ ୭୦୦୪୦ ଜଣ ପ୍ରବାସୀ ଫେରିବା ପାଇଁ ପଞ୍ଜିକରଣ କରି ସାରିଛନ୍ତି । ସେଥିପାଇଁ ଜିଲ୍ଲାରେ ୫ଟି ବ୍ଲକ ଓ ୩ ଟି ବିଜ୍ଞାପିତ ଅଞ୍ଚଳକୁ ମିଶାଇ ୯୫୨ ଟି  କ୍ୱାରେନଟାଇନ ସେଣ୍ଟର ର ବ୍ୟବସ୍ଥା କରାଯାଇଛି ଯେଉଁଥିରେ କି ୩୬୫୫୪ ଟି ବେଡର ବ୍ୟବସ୍ଥା ରହିଛି । ଜିଲ୍ଲା ପ୍ରସାଶନର ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ୭୬୮୬ ପ୍ରବାସୀ ଫେରିଥିବା ବେଳେ ୧୦୦୩ ବ୍ୟକ୍ତିଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଯେଉଁଥିରେ କି ୫୮୮ ଜଣଙ୍କର ନେଗେଟିଭ ଆସିଥିଲା ବେଳେ ଜଣଙ୍କର ପଜିଟିଭ ଆସିଛି । ଆହୁରି ୪୧୪ ଜଣଙ୍କର ରିପୋର୍ଟ ଆସିବାର ବାକି ରହିଛି । ପ୍ରଥମ ଥର ପାଇଁ ଜିଲ୍ଲାରେ ଜଣଙ୍କର କରୋନା ପଜିଟିଭ ଆସିବା ଖବର ଜିଲ୍ଲାବାସୀଙ୍କୁ ଏକ ପ୍ରକାର ଭୟଭିତ କରିଦେଇଛି ।    

0
0
0
s2sdefault