ହେଡଲାଇନସ୍:

ଟ୍ରେନରେ ଜନ୍ମ ହେଲା ଶିଶୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ ( ଗୌରବ ଦର୍ଜୀ) -  ସାରା ଭାରତ ରେ ତାଲାବନ୍ଦ ଚାଲିଥିବା ବେଳେ ଟ୍ରେନ ଗୁଡ଼ିକ ଚାଲିବା ବନ୍ଦ୍  କରାଯାଇଛି। ଅନେକ ଓଡ଼ିଆ ପ୍ରବାସୀ ଓଡ଼ିଶା ବାହାରେ ରହି ଯାଇଛନ୍ତି। ସେମାନଙ୍କୁ ଓଡ଼ିଶା ନିଜ ଭିଟା ମାଟିକୁ ଫେରେଇ ଆଣିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ଚାଲିଛି କେତେକ ପ୍ରବାସୀ ଟ୍ରେନ । ଯେଉଁରେ ଆସୁଛନ୍ତି ଅନେକ ଛୋଟ ଶିଶୁ, ମହିଳା , ପୁରୁଷ, ଓ ବୁଢ଼ା ବୁଢ଼ୀ।

ଆନ୍ଧ୍ରପ୍ରଦେଶ ରୁ ବଲାଙ୍ଗୀର ଆସୁଥିବା ଏକ ଟ୍ରେନ ରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣାରେ ଅବସ୍ଥା ଗୁରୁତର ହୋଇ ଯାଇଥିଲା। ଏହି ସମୟରେ ଟିଟିଲାଗଡ ରେଲୱେ ଷ୍ଟେସନର ରେଳବାଇ ପୋଲିସ ଓ ରେଳବାଇ ଡକ୍ଟର ତାଙ୍କ ଅବସ୍ଥା ଯାଞ୍ଚ୍ କରିଥିଲେ। ସେହି ସମୟରେ ରେଳବାଇ ଡକ୍ଟରଙ୍କ ସାହାଯ୍ୟରେ ମହିଳା ଟି ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଟ୍ରେନଟି ଆଜି ସକାଳ 09:38 ରେ ଟିଟିଲାଗଡ ଷ୍ଟେସନରେ ପହଞ୍ଚି ଥିଲା। ଏହି ସମୟରେ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ,ଆରପିଏଫ ଆଇଆଇସି ଏମ ଏସ କୁମାବାତ, ସବ ଇନ୍ସପେକ୍ଟର ଏ .ସ୍ବାଇଁ,ସବ ଇନ୍ସପେକ୍ଟର .ଆର ପାତ୍ର, ହେଡ଼ କନଷ୍ଟେବଳ  .ଆର  କେ. ମିଶ୍ର, କନଷ୍ଟେବଳ  ଏସ. ସି . ନାୟକ, ମୁନେଶ କୁମାର, ଏସ.ଏସ .ସାହୁ , ଗୌତମ  ନାୟକ, ପ୍ରଦୀପ କୁମାରଙ୍କ ସମେତ ଅନ୍ୟମାନେ  ଉପସ୍ଥିତ ଥିଲେ। ମହିଳା ଜଣକ ହେଉଛନ୍ତି ହେମାବନ୍ତି ବିଶ୍ଵକର୍ମା , ବୟସ 31 ବର୍ଷ । ସ୍ବାମୀଙ୍କ ନାମ ମଙ୍ଗଳ ସିଂ ବିଶ୍ଵକର୍ମା । ସେ ଛତିଶଗଡ ରାଜ୍ୟର ଗରିଆବନ୍ଦ୍ ଜିଲ୍ଲା ର କଟେଲ୍ ପଡା ଗ୍ରାମ ର ବୋଲି ଜଣାପଡିଛି। ପ୍ରସବ ପରେ ମହିଳାଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ସ୍ଥାନା୍ତରିତ କରାଯାଇଛି। ମାଆ ଓ ଶିଶୁ ଉଭୟ ସ୍ଵସ୍ଥ ଥିବା ରେଳବାଇ ଡାକ୍ତର କହିଛନ୍ତି।

0
0
0
s2sdefault