ହେଡଲାଇନସ୍:

ଓଡ଼ଗାଁ: ବଜାରରେ ବୁଲୁଛନ୍ତି ସୁରଟ ଫେରନ୍ତା, ବଢାଉଛନ୍ତି ଲୋକଙ୍କ ଚିନ୍ତା  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :  ଓଡ଼ଗାଁ ଏନଏସି ସାମ୍ନା ବଜାରରେ ବୁଲୁଥିବା ସମୟରେ ଜଣେ ସୁରଟ ଫେରନ୍ତାକୁ ସାମ୍ବାଦିକ ମାନଙ୍କ ସହଯୋଗରେ ଅଟକାଇ ସ୍ଥାନୀୟ ଆଦର୍ଶ ଥାନା ଦ୍ୱାରା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ଖବର ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଂଚଳର ବଡ଼ମହୁରୀ ଗ୍ରାମର ଏହି ବ୍ୟକ୍ତି ଜଣକ କୈାଣସି ମତେ ରାସନ ସାମଗ୍ରୀ ଆଣୁଥିବା ଏକ ପଞ୍ଜାବି ଆଳୁ ଟ୍ରକରେ ୨୦/୨୨ଜଣଙ୍କ ସହିତ ଆସି ଓଡ଼ଗାଁ ନିକଟସ୍ଥ କେଉଁ ଏକ ସ୍ଥାନରେ ୨ଟାରୁ ୩ଟା ସମୟ ମଧ୍ୟରେ ଓଲ୍ଲାଇଥିଲେ । ଓଲ୍ଲାଇଥିବା ସ୍ଥାନର ନାମ ଜାଣିପାରି ନଥିବା ବେଳେ ସେଠାରୁ ଚାଲି ଚାଲି ସନ୍ଧ୍ୟା ୭ଟା ସମୟରେ ଆସି ଓଡ଼ଗାଁରେ ପହଁଚିଥିଲେ । ସେଠାରେ ଉପସ୍ଥିତ ସାମ୍ବାଦିକ ମାନଙ୍କ ସହିତ ଭେଟ ହେବା ପରେ ଓଡ଼ଗାଁ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ବଂଶୀଧର ବିଶ୍ୱାଳଙ୍କ ସହେଯାଗରେ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ବ୍ଲକ ପ୍ରଶାସନ ସେହି ବ୍ୟକ୍ତି  ଜଣକୁ ପନ୍ତିଖାରୀ ଗ୍ରାମପଂଚାୟତ ସଂଗରୋଧଗୃହରେ ରଖିଥିଲେ । ହେଲେ ସେହି ଟ୍ରକ ଯୋଗେ ଆସିଥିବା ଅନ୍ୟ ଯାତ୍ରୀମାନେ କେଉଁ କେଉଁଆଡେ ଗଲେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାନଗଲେ ଗୋଷ୍ଠୀ  ସଂକ୍ରମଣର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । 

0
0
0
s2sdefault