ହେଡଲାଇନସ୍:

ମାର୍ଗଦର୍ଶିକାର ଉଲଙ୍ଘନ କରୁଛନ୍ତି ଡ଼ିଏମଏଫରେ ନିଯୁକ୍ତ କର୍ମଚାରୀ: ବଢୁଛି  ଡିପିଏମଙ୍କ ମନମାନୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) : - ସୁନ୍ଦରଗଡ଼ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଅନେକ ସମୟରେ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀ ମାନଙ୍କର ଦୁର୍ନୀତିର ନଜିର ରହିଅଛି |  ସୁନ୍ଦରଗଡ଼ ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିର ଟଙ୍କାକୁ ଜିଲ୍ଲାର ବିକାଶ ନିମନ୍ତେ  ଉପଯୋଗ କରି ବିଶ୍ୱ ମହାମାରୀ କରୋଣା ଭୁତାଣୁ ସଂକ୍ରମଣରୁ ଜିଲ୍ଲାର ୨୨ ଲକ୍ଷରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ହିତକୁ ଆଖି ଆଗରେ ରଖି ସୁନ୍ଦରଗଡ଼ ଖଣିଜ ସମ୍ପଦ ପାଣ୍ଠିରୁ ଜିଲ୍ଲାର ୧୭ ଗୋଟି ବ୍ଲକ ତିନୋଟି ପୌରପାଳିକା ଏବଂ ଗୋଟିଏ ମହାନଗରରେ ଶହଶହ ପାରା ମେଡ଼ିକାଲ ,ଟେକ୍ନୋଲୋଜିଷ୍ଟ , ଫାର୍ମାସିଷ୍ଟ ଭଳି କର୍ମଚାରୀ ନିଯୁକ୍ତ ଦିଆଯାଇଛି | କିନ୍ତୁ ଦୁଃଖର ବିଷୟ ଏହାଯେ ସ୍ଵାସ୍ଥ୍ୟ ସମ୍ପର୍କୀୟ ପଦବୀ ପାଇଁ ନିଜକୁ ଉପଯୋଗୀ ଦାବୀ କରି  ତଥା କରୋଣା ମହାମାରୀ ଭୁତାଣୁ ନିପାତ ପାଇଁ ଆମେ ଦିନରାତି କାର୍ୟ୍ଯ କରିବୁ ବୋଲି କହୁଥିବା ସ୍ଵାସ୍ଥ୍ୟକର୍ମୀ ମାନେ ଏବେ ଚାକିରୀ ପାଇବା ପରେ ନିଯୁକ୍ତ  ହୋଇଥିବା ବ୍ଲକ ଅଞ୍ଚଳରେ ନରହି ପ୍ରାୟତଃ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଡାକ୍ତର ଖାନାରେ ନିଜର ସମ୍ପର୍କୀୟଙ୍କ ରାଜନୀତିଜ୍ଞ ଶକ୍ତି ଉପଯୋଗ କରି ଅନେକ କର୍ମଚାରୀ ବ୍ଲକ ଅଞ୍ଚଳରେ କାର୍ୟ୍ଯ କରିବା ପାଇଁ ଉପଯୁକ୍ତ ମନେକରୁ ନାହାନ୍ତି ଏବଂ ପ୍ରାୟତଃ କର୍ମଚାରୀ ମାନେ ସରକାରୀ ମାର୍ଗଦର୍ଶିତାକୁ ଅବମାନନା କରି ଜିଲ୍ଲା ପ୍ରଶାସନଙ୍କ ସକାଳୁ ୮ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କାର୍ୟ୍ଯ କରିବା ନିୟମକୁ ଉଲ୍ଲଙ୍ଘନ କରି ୯ ଟାରେ ଆସି ୧୨ ଟା ନହେଉଣୁ ଜିଲ୍ଲା ମେଡ଼ିକାଲ ଛାଡି ଘରକୁ ଚାଲି ଯାଉଛନ୍ତି | ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୂର୍ଣ୍ଣ ବିଷୟ ହେଲା ସେମାନେ କରୋଣା ସଂକ୍ରମଣ ଭୁତାଣୁକୁ ରୋକାଯାଇ ପାରିବା ସହିତ ଜନସାଧାରଣ ହିତପାଇଁ ହି ଦିନକୁ ଜିଲ୍ଲାର ଆଦିବାସୀଙ୍କ ଟଙ୍କାରୁ ତିଆରି ହୋଇଥିବା ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିରୁ କିଏ ହଜାରେ ଟଙ୍କା କିଏ କିଏ କିଏ ହଜାରେରୁ ଉର୍ଦ୍ଧ୍ବ ଟଙ୍କା ଦରମା ନେଉଛନ୍ତି | କିନ୍ତୁ ଦୁଇରୁ ତିନିଜଣ ଡାକ୍ତରଙ୍କ  ଅଭିଯୋଗ ଅନୁସାରେ  ଗ୍ରାମାଞ୍ଚଳ ଗୁଡିକରୁ ନିଜର ସ୍ଵାସ୍ଥ୍ୟବ୍ୟସ୍ଥା ସମସ୍ୟାକୁ ନେଇ ଆସିଥାନ୍ତି ଡାକ୍ତରଖାନାକୁ କିନ୍ତୁ ଏହି ପାରା ମେଡ଼ିକାଲ ଷ୍ଟାଫ କିମ୍ବା ସ୍ଵାସ୍ଥ୍ୟ କର୍ମୀମାନେ  ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳରୁ ମେଡିକାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ଲୋକଙ୍କୁ କରୋନା ହୋଇଯିବ ବୋଲି ଛୁଇଁବା ତ ଦୂରର କଥା ତାଙ୍କସହ ଠିକ ଭାବରେ କଥାବାର୍ତ୍ତା ମଧ୍ୟ କରିନଥାନ୍ତି | ଅନ୍ୟପକ୍ଷରେ ଦେଖିବା ପାଇଁ ଗଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ କାର୍ଯ୍ୟରତ ଥିବା ଜିଲ୍ଲା ମେଡ଼ିକାଲ ପ୍ରକଳ୍ପ ମେନେଜର  ନିଜକୁ ସର୍ବେସର୍ବା ବୋଲି ଭାବି କାର୍ଯ୍ୟରତ ଥିବା ଜଣେ ଡାକ୍ତରଙ୍କୁ ନିଜର କ୍ଷମତା ଦେଖେଇବା ସହ ଡାକ୍ତରଙ୍କୁ ରୋଗୀଙ୍କ ସମ୍ମୁଖରେ ଦୁର୍ବ୍ୟବହାର କରିବା ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ଦାନ୍ତ ଦରଜ ହେଉଥିବା ଯୋଗୁଁ ଡାକ୍ତରଖାନାକୁ ଆସିଥିବା ଜନତାଦଳର ପୂର୍ବତନ ସଭାପତି ଶ୍ରୀ ମଦନ ମୋହନ ଦାସ , ଡ଼ିପିଏମ ଦୀପକ ମହାନ୍ତିଙ୍କ ଆଚରଣ ପ୍ରଦର୍ଶନ ଉପରେ ସେ ଘୋର ଉଦବେଗ ପ୍ରକାଶ କରିଥିବା ବେଳେ ଏ ସମ୍ୱନ୍ଧରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ମତବ୍ୟକ୍ତ କରିଛନ୍ତି | ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ସରୋଜ କୁମାର ମିଶ୍ରଙ୍କୁ ବୁଝିବା ପରେ ସେ କହିଛନ୍ତି ଯେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ମୁଖରେ ଦୁର୍ବ୍ୟବହାର ପ୍ରଦର୍ଶନ  କରିବା ଠିକ ନୁହେଁ | ତାଛଡା ଡିପିଏମ ଡାକ୍ତରଙ୍କୁ କୌଣସି ପରାମର୍ଶ ଦେବାପାଇଁ ଯୋଗ୍ୟ ନୁହଁନ୍ତି | ଡାକ୍ତରଙ୍କ ଉପରେ କୌଣସି ଅଭିଯୋଗର ତର୍ଜମା ପାଇଁ ଆମର ତିନିଜଣ ଅଧିକାରୀ ରହିଥିବା ବେଳେ ଡିପିଏମଙ୍କ ଏଭଳି ଆଚରଣ କେବେ ଗ୍ରହଣୀୟ ନୁହେଁ ବୋଲି ସିଡିଏମଓ ଡା.ମିଶ୍ର ପ୍ରକାଶ କରିଛନ୍ତି | ଏବଂ ପାରା ମେଡ଼ିକାଲ ଷ୍ଟାଫ କିମ୍ବା କର୍ମଚାରୀ ମାନେ ଯଦି ଠିକ ଭାବେ କାର୍ୟ୍ଯ ନକରିବେ ତାହେଲେ ତାଙ୍କର ଦରମା କଟାଯିବ ଏବଂ ସମସ୍ତ ଘଟଣା ସମ୍ପର୍କରେ ତର୍ଜମା କରିବି ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ  ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି  |

0
0
0
s2sdefault