ହେଡଲାଇନସ୍:

ସରିଲାଣି ତିନି ରଥର ୩୨ ଚକ ତିଆରି , ଶେଷପାଦିଆ ହେଲାଣି ରଥ ନିର୍ମାଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଶାସକ ପ୍ରଶାସକ ) : ପଵିତ୍ର ଘୋଷଯାତ୍ରା ଉପଲକ୍ଷେ ଶ୍ରୀଜୀଉଙ୍କ ରଥ ନିର୍ମାଣ ଚାଲିଛି କ୍ଷୀପ୍ରଗତିରେ | ଶେଷପାଦିଆ ହେଲାଣି ରଥ ନିର୍ମାଣ କାର୍ଯ୍ୟ | ମିଳିଥିବା ସୂଚନା ଅନୁଯାୟୀ ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧାକାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିରେ ତୁମ୍ବରେ ଅର ସଂଯୋଗ ସରିଛି । ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ  ହୋଇ ଅନ୍ୟ ଏକ ଚକରେ ପଇ ପିନ୍ଧାକାର୍ଯ୍ୟ ଚାଲିଛି । ନନ୍ଦୀଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇ ଦୁଇଟି ତମ୍ବୁରେ ଅର ସଂଯୋଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଦୁଇଟି ପିନ୍ଧରେ ପଇ ସଂଯୋଗ ସରି ବିଲେଇ ବାଡିଆ କାର୍ଯ୍ୟ ଚାଲିଛି । ତାଳଧ୍ୱଜ ରଥ ଏବଂ ଦେବଦଳନ ରଥର ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୭ଟି ଅଖ ଶେଷ ହୋଇ ଶେଷ ଅଖଟିର ମାଠେଣି କାର୍ଯ୍ୟ ଆରମ୍ଭ ହେବ ।

ତିନି ରଥର ଚାରିଆହାକା କାର୍ଯ୍ୟ ଶେଷ ହୋଇଛି । ପ୍ରତିରଥର ଦୁଇଟି ଲେଖାଏଁ ଗରଗରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ତିନି ରଥର ୧୦ଟି ଲେଖାଏଁ ଗୁଜ କାମ ଶେଷ ହୋଇ ବାକି ଗୁଜ ଗୁଡିକରେ ଖୋଦେଇ କାମ ଏବଂ ଅଲଙ୍କାର କାମ ଚାଲିଛି । କରତି ସେବକଙ୍କ ଦ୍ୱାରା ଦୋଳ ବେଦି ଠାରେ ନନ୍ଦିଘୋଷ ରଥର ଗୟଳ ଚିରିଟ କାମ ପୂର୍ବରୁ ବାଇଁସି ଚାଲିଛି । ଏହାପରେ ସୁୂତା ମାପ କରାଯାଇ ଚିରିଟ କାର୍ଯ୍ୟ କରାଯିବ । 

ଦୋଳ ବେଦୀ ଠାରେ ଅସ୍ଥାଇଶାଳରେ ଓଝା ସେବକଙ୍କ ଦ୍ୱାରା ତିନି ରଥ ପାଇଁ ୨୦ଏମଏମ ମୋଟେଇର ଅଖ କଣ୍ଟା ତିଆରି ଚାଲିଛି ଯାହାକି ଆଗ ପାତେଳି ଓ ଚଉରସ କଣ୍ଟା ଭାବେ ବଶାଯାଏ । ଆଗ ପାତେଳି କଣ୍ଟା ତମ୍ବୁର ବାହ୍ୟ ଅଂଶରେ ଅଖଦଣ୍ଡା ଓ କୁଡୁକାମୁ ଯୋଡିଥାଏ । ସକୀଚରର ସ୍ପି୍ରଙ୍ଗ ଭଳି କାର୍ଯ୍ୟ କରେ । ‘ଚଉରସ କଣ୍ଟା’ ତମ୍ବୁର ଭିତର ଅଂଶ ଅଖ ଦଣ୍ଡାରେ ବାଡିଆ ଯାଏ । ଅଖଦଣ୍ଡାକୁ ଫିକ୍ସ କରେ । ‘ଗରଗରା କଣ୍ଟା ଉପରେ ଚାରି ନାହାକା ଠିଆ ହୁଏ । ଏହା ଦଣ୍ଡା, ଅଖ, ଗରଗରାକୁ ବାନ୍ଧି ରଖେ । 

ଆଜି  ‘ନୀଳାଦ୍ରୀ’ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଶ୍ରୀ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ନୀଳକଣ୍ଠ ମିଶ୍ର ଏବଂ ଉପ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର ଏବଂ ଗରାବଡୁ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ସମସ୍ତ ଗରାବଡୁ ସେବକ ମାନେ ଉପସ୍ଥିତ ରହି କରୋନା ଭୂତାଣୁ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସଚେତନ କରାଇଥିଲେ । 

ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ ସ୍କ୍ରିନିଙ୍ଗ  କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି ।

0
0
0
s2sdefault