ହେଡଲାଇନସ୍:

ଓଡ଼ିଶା ପାଇଁ ଆଗୁଆ ସହାୟତା ୫୦୦ କୋଟି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ ଅନେକ ଜୀବନ ରକ୍ଷା କରାଯାଇପାରିଲା : ପ୍ରଧାନମନ୍ତ୍ରୀ 

ଭୁବବେଶ୍ୱର : ଆମ୍ପାନ  ମହାବାତ୍ୟା ମୁକାବିଲାରେ  ଓଡିଶା ସରକାରଙ୍କ ନିଆଯାଇଥିବା ବଳିଷ୍ଠ ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଅନୁଧ୍ୟାନ କରିବାକୁ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଗସ୍ତ ଓ ସମୀକ୍ଷା ପରେ ଓଡିଶା ପାଇଁ ୫୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଛନ୍ତି | 

ଭୁବନେଶ୍ବର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ର ଗଣେସି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ , ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏସ୍‌ଆର୍‌ସି ଶ୍ରୀ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5 ଟି ସଚିବ ଭି କେ ପାଣ୍ଡିଆନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

"ବର୍ତ୍ତମାନ ସମସ୍ତେ କୋବିଦ ୧୯ ବିରୋଧରେ ଲଢ଼ୁଛନ୍ତି | ଆଉ ଏଇ ସମୟରେ ଆମେ ଦେଶର କିଛି ଅଂଶରେ ମହାବାତ୍ୟା ଅନୁଭୂତ ହେଲା | ଏହା ଅତ୍ୟନ୍ତ ଦୁଃଖଦାୟକ | ଓଡ଼ିଶାରେ ଆଗୁଆ ବଳିଷ୍ଠ ପଦକ୍ଷେପ ଯୋଗୁ ଅନେକ ଜୀବନ ରକ୍ଷା କରାଯାଇପାରିଲା |ମୁ ଏଥିପାଇଁ ଓଡିଶାବାସୀ ଓ ଓଡିଶା ସରକାରଙ୍କୁ ଏଠି ପାଇଁ ଅଭିନନ୍ଦନ ଜଣାଉଛି | ହେଲେ ଏହି ବାତ୍ୟା ଯୋଗୁ ବିପୁଳ କ୍ଷୟକ୍ଷତି ହୋଇଥିବା ସମୀକ୍ଷା ବୈଠକରୁ ଜଣାପଡିଲା | ରିଲିଫ ଓ ପୁନଃନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ | ବର୍ତ୍ତମାନ ପରିସ୍ଥିତିରେ ଆଗୁଆ ସହାୟତା ଭାବେ ୫୦୦ କୋଟି ତାଙ୍କର ସହାୟତା ଘୋଷଣା କରୁଛି | କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ଅନୁଧ୍ୟାନ କରି ଚୂଡାନ୍ତ ରିପୋର୍ଟ ଦେବା ପରେ ତାକୁ ଆଧାର କରି  ଆଉ ସହାୟତା ପ୍ରଦାନ କରାଯିବ " ବୋଲି ଓଡିଶା ଗସ୍ତ କରି ବାତ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ସମୀକ୍ଷା କରିବା ପରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | 

0
0
0
s2sdefault