ହେଡଲାଇନସ୍:

କରୋନା ପାଇଁ ଦିବ୍ୟାଙ୍ଗ ଦମ୍ପତିଙ୍କ ରୋଜଗାର ବନ୍ଦ :ସରକାରୀ ସାହାଯ୍ୟ କେବେ ??

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରମାକାନ୍ତ ବିଶ୍ବାଳ/ସମ୍ବଲପୁର :  ସ୍ୱାମୀ ଜନ୍ମରୁ ଦୃଷ୍ଟିହୀନ l ସ୍ତ୍ରୀ ମଧ୍ୟ ଶାରରୀକ ଅକ୍ଷମ l ଟିଟିଲାଗଡ଼ ରୁ ଆସି ସମ୍ବଲପୁର ରାମଜୀଗୁଡ଼ି ପଡା ଅଂଚଳରେ ବସବାସ କରନ୍ତି l ସ୍ତ୍ରୀ ଗୀତାଞ୍ଜଳି ବୁର୍ଲା ଦୃଷ୍ଟି ହୀନ ବିଦ୍ୟାଳୟ ଏବଂ ଅକ୍ରୁର ଭୁବନେଶ୍ୱର ର ଏକ ସ୍କୁଲରୁ ଦଶମ ପାସ କରିବା ପରେ  ଉଭୟ ୨ ବର୍ଷ ଧରି  ଭୁବନେଶ୍ୱରରେ  ଫିନାଇଲ ତିଆରି କରିବା ତାଲିମ୍ ନେଇଥିଲେ l ଏପରି କରି ସେମାନେ ଗୁଜୁରାଣ ମେଣ୍ଟଉଥିଲେ l ହେଲେ, ମହାମାରୀ କରୋନା ଯୋଗୁଁ ସବୁ ତାଲାବନ୍ଦ ହେବା ଫଳରେ କଞ୍ଚା ମାଳ ମିଳିଲାନି l ରୋଜଗାର ସମ୍ପୂର୍ଣ ବନ୍ଦ ହୋଇଗଲା l

ଏଭଳି ସ୍ଥିତିରେ ଏହି ଅସହାୟ ଦିବ୍ୟାଙ୍ଗ ପରିବାରକୁ କିଛି ସମାଜସେବୀ  ସହଯୋଗ କଲେ l ମାତ୍ର, ଏମାନଂକୁ ନା ମିଳୁଛି ସରକାରୀ ସାହାଯ୍ୟ ସହଯୋଗ l ସତେ ଯେମିତ ସରକାରୀ ସହାୟତା ଏମାନଙ୍କ ପାଇଁ ସାତ ସପନ l ନିଜ ଗୋଡରେ ନିଜେ ଛିଡା ହେବାର ମନରେ ଅସୁମାରୀ ସପ୍ନ l ସରକାର ଘର ଖଣ୍ଡେ ଦେବା ସହ ମହବତୀ, ଧୂପକାଠି ଆଦି ତିଆରି ପାଇଁ ସହଯୋଗ କଲେ ଭଲ ହୁଅନ୍ତା ବୋଲି ପ୍ରକାଶ କରନ୍ତି ଦୃଷ୍ଟିବାଧିତ ଅକ୍ରୁର ଓ ଗୀତାଞ୍ଜଳି l ଏଭଳି କ୍ଷେତ୍ରରେ ଦୃଷ୍ଟିବାଧିତ ଅକ୍ରୁର ଓ ଗୀତାଞ୍ଜଳିଙ୍କ  ସଂଘର୍ଷମୟ ଜୀବନ ଜୀବିକା ର କାହାଣୀ ସଭ୍ୟ ଯୁବ ସମାଜକୁ ଏକ ଉଦାହରଣ l ତେବେ, ଯୋଜନା ଉପରେ ଯୋଜନା  ଘୋଷଣା କରୁଥିବା ସରକାରଙ୍କ ସରକାରୀ ସାହାଯ୍ୟ କେବେ ଏହି ଦିବ୍ୟାଙ୍ଗ ପରିବାର ପ୍ରତି ପଡୁଛି ଦେଖିବା ବାକି ରହିଲା l

0
0
0
s2sdefault