ହେଡଲାଇନସ୍:

ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଲଇଡା ଓ କିନାଲୋଈରେ ବିଶୋଧନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲଇଡା,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ଓ କିନାଲୋଈ ଗ୍ରାମର ବିଭିନ୍ନ ସ୍ଥାନକୁ ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଆଜି  ସାନିଟାଇଜ କରାଯାଇଅଛି।  ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ରେଙ୍ଗାଲି ତହସିଲଦାର ସୁନିଳ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଲଇଡାର ଗୋଷ୍ଠି ସ୍ବାସ୍ଥ କେନ୍ଦ୍ର, ପୋଲିସ ଫାଣ୍ଡି, ପଞ୍ଚାୟତ କାର୍ଯ୍ୟାଳୟ, ଲଇଡା ବସଷ୍ଟାଣ୍ଡରୁ ମେନ ରୋଡରେ ଥିବା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ  ଓ କିନାଲୋଈ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ଓ ହାଇସ୍କୁଲରେ ଥିବା ସଂଗରୋଧ କେନ୍ଦ୍ରକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସାନିଟାଇଜ କରିଛନ୍ତି। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ଉତ୍ପଳା ଧୁରୁଆ ଓ ଲଇଡା ସରପଞ୍ଚ ଯୁଗଳ ସାହୁ ଉପସ୍ଥିତ ରହି ତତ୍ତ୍ବାବଧାନ କରିଥିଲେ।

0
0
0
s2sdefault