ହେଡଲାଇନସ୍:

ପଞ୍ଜିକରଣ ପରେ ବି ପ୍ରବାସୀଙ୍କ  ଫେରିବା ବାଟ ଫିଟୁନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୋକଉପବାସରେ  ଆନ୍ଧ୍ରରେ  ଫସିରହିଛନ୍ତି  କନ୍ଧମାଳର 13 ପ୍ରବାସୀ ଓଡ଼ିଆ l 

ଘୁ. ଉଦୟଗିରି(ଗଗନ ପ୍ରଧାନ) : ସାରା ଦେଶରେ ବିଶ୍ୱମହାମାରୀ କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ  ଆକ୍ରାନ୍ତଙ୍କ  ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l  ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟକୁ  ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ  ଦୁର୍ଦଶା କହିଲେ ନ ସରେ l  ଲକ ଡାଉନ ଅଵଧି ବୃଦ୍ଧିପାଇଥିବାରୁ ଗାଡି ମୋଟର ଟ୍ରେନ ଚଳାଚଳ ବନ୍ଦ ରହିଛି l ଏହା ସହ କମ୍ପାନୀରେ ମଧ୍ୟ ତାଲା I କମ୍ପାନୀ ବନ୍ଦରହି ଥିବାରୁ କାମଧନ୍ଦା  ବନ୍ଦ ରହିଛି ଫଳରେ ଖାଇବାକୁ ନ ପାଇ ଭୋକଉପବାସରେ ପଡିରହିଛନ୍ତି କନ୍ଧମାଳ ଜିଲ୍ଲା କ. ନୂଆଗାଁର ପ୍ରବାସୀ ଶ୍ରମିକ I ଏନେଇ  ଶ୍ରମିକଙ୍କ  ପରିବାର ପକ୍ଷରୁ ଗ୍ରାମପଂଚାୟତ  ଅଫିସରେ  ପଞ୍ଜିକରଣ ସରିଛି l ପରିବାର ଓ  ପ୍ରିୟଜନ ଫେରିବା ବାଟକୁ ଅନାଇ ରହିଛନ୍ତି l କନ୍ଧମାଳ ଜ଼ିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଶୀର୍ତ୍ତିଗୁଡା ଗ୍ରାମ ପଂଚାୟତର 13ଜଣ ଶ୍ରମିକ ଗାଁରେ କାମଧନ୍ଦା ନ ମିଳିବାରୁ ଆନ୍ଧ୍ରପ୍ରଦେଶର ଚିତୋର ଜ଼ିଲ୍ଲାର  ଶ୍ରୀସିଟି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ  ବିଲଡିଂ ନିର୍ମାଣ କାମରେ ୬ ମାସହେବ  ନିୟୋଜିତ ଥିଲେ I ଲକଡାଉନ ଯୋଗୁଁ  ସେମାନଙ୍କ ଦୁର୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି I ଗାଁକୁ  ଫେରିଆସିବା ପାଇଁ ସେମାନେ ଏକ ଭିଡ଼ିଓ ମାଧ୍ୟମରେ ଓଡିଶା ସରକାର ଓ ଜ଼ିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି I ସେପଟେ  ପରିବାର ଲୋକ ମଧ୍ୟ ପ୍ରବାସୀଙ୍କୁ ଫେରାଇ ଆଣିବାକୁ  ଓଡିଶା ସରକାର ଓ  କନ୍ଧମାଳ ପ୍ରଶାସନଙ୍କୁ  ନିବେଦନ କରିଛନ୍ତି l

0
0
0
s2sdefault