ହେଡଲାଇନସ୍:

କୋହଳ ହେଲା କଟକଣା : ପୂରା ଦମରେ ଚାଲିବ ବ୍ୟାଙ୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସିବେ ସବୁ କର୍ମଚାରୀ, ମାନିନେ ସୋସିଆଲ ଡିଷ୍ଟାନ୍ସ ନର୍ମ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଯୋଗୁ ବ୍ୟାଙ୍କ ଗୁଡିକ ପାଇଁ ଜାରି ହୋଇଥିଲା କଟକଣା  । ସୀମିତ କର୍ମଚାରୀଙ୍କୁ ନେଇ କାମ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ । ହେଲେ ଲକ ଡାଉନ ୪.୦ର କୋହଳ କଟକଣା ପରେ ଏବେ ସବୁ କର୍ମଚାରୀଙ୍କୁ ନେଇ ଫୁଲଦମରେ  ବ୍ୟାଙ୍କ ଚଲାଇବାକୁ ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ   । 

ରାଜ୍ୟ ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ପ୍ରଦୀପ କୁମାର ବିଶ୍ୱାଳ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି( ଏସଏଲବିସି) ଆବାହକ ତଥା ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଓ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପତ୍ର ସଂଖ୍ୟା ୧୧୬୮୩/୧୮.୦୫.୨୦ ଅନ୍ତର୍ଗତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବା ସରକାରଙ୍କ ଅଧିନସ୍ଥ ସମସ୍ତ ସଂସ୍ଥା  ସବୁ କର୍ମଚାରୀଙ୍କୁ ନେଇ ସ୍ୱାଭାବିକ ଭାବେ  ଚାଲିବ । ସବୁ କର୍ମଚାରୀ ସାମାଜିକ ଦୂରତ୍ୱ ତଥା ଅନ୍ୟ ନିରାପତ୍ତା ନିୟମ ଗୁଡିକୂ ମାନିବେ ।

 ତେଣୁ ଲକଡାଉନ ୪.୦ରେ କରାଯାଇଥିବା କୋହଳ ବ୍ୟବସ୍ଥା ଅନୁଯାୟୀ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ସମସ୍ତ ବ୍ୟାଙ୍କ, ବ୍ୟାଙ୍କ କରେସପଣ୍ଡଣ୍ଟ ସେବା ଓ  କଷ୍ଟମର ସର୍ଭିସ ପଏଣ୍ଟ  ସ୍ୱାଭାବିକ ଭାବେ ଚାଲିବ  । ସମସ୍ତ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଆଞ୍ଚଳିକ ଗାମୀଣ ବ୍ୟାଙ୍କ ସବୁ ପୂରା କର୍ମଚାରୀଙ୍କୁ ନେଇ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଚାଲିବ  । ଗ୍ରାମୀଣ ଗ୍ରାହକଙ୍କ ସ୍ୱାର୍ଥକୁ  ଦୃଷ୍ଟିରେ ରଖି ବ୍ୟାଙ୍କ କରେସପଣ୍ଡଣ୍ଟ ସେବା ଓ କଷ୍ଟମର ସର୍ଭିସ ପଏଣ୍ଟ  ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ(ଦିନ ଦୁଇଟାରୁ ଦିନ ୪ଟା ପର୍ଯ୍ୟନ୍ତ ଛାଡି) କାର୍ଯ୍ୟ କରିବେ ବୋଲି ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଶ୍ୱାଳ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି  ।

0
0
0
s2sdefault