ହେଡଲାଇନସ୍:

ଗରଗଡବାହାଳ ଗ୍ରାମୀଣ ପାର୍କ ନିର୍ମାଣରେ ଅନିୟମିତତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ର ଗରଗଡବାହାଳ ପଞ୍ଚାୟତରେ ନିର୍ମିତ ହୋଇଥିବା ଏକ ଗ୍ରାମୀଣ ପାର୍କ ନିର୍ମାଣ କମ ରେ ଅନିୟମିତତା ହୋଇଥିବା ଗ୍ରାମବାସୀ ମାନେ  ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗରଗଡବାହାଳ ଗ୍ରାମ ପଞ୍ଚାୟତର ସଦର ମହୁକୁମା ଠାରେ  ପାର୍କ ନିର୍ମାଣ କରା ନ ଯାଇ କରଡାପାଳ ନାମକ ଏକ ଜନଶୂନ୍ୟ ସ୍ଥାନରେ ନିର୍ମିତ ହୋଇଛି । ଜନଶୂନ୍ୟ ସ୍ଥାନରେ ପାର୍କ ନିର୍ମାଣ କେବଳ ଅର୍ଥ ତୋଷାରପାତ ପାଇଁ କରାଯାଇଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଗ୍ରାମବାସୀ ମାନେ ଅଭିଯୋଗର ଗୋଟିଏ ଲେଖାଏଁ କପି ସମ୍ବଲପୁର ଜିଲ୍ଲାପାଳ ଓ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପଠାଇଛନ୍ତି ।

0
0
0
s2sdefault