ହେଡଲାଇନସ୍:

ଭାଲୁ ଆକ୍ରମଣରେ ଜଣେ ଗୁରୁତ୍ତର, ୪ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଅଧୀନରେ ଥିବା କୁଳିଅଣା ବ୍ଲକ ଭଗବାନପୁର ଗ୍ରାମପଞ୍ଚାୟତର ବଡ଼ନୂଆଗାଁ ଗ୍ରାମ ମଧ୍ୟକୁ ଆଜି ଅପରାହ୍ନରେ ଏକ ଭାଲୁ ଶିମିଳିପାଳ ଜଙ୍ଗଳ ମଧ୍ୟରୁ ଚାଲିଆସି ଗ୍ରାମବାସୀମାନଙ୍କୁ ଆକ୍ରମଣ କରିଥିଲା । ଏଥିରେ କବିତା ଘଡେ଼ଇ ନାମକ ୨୨ ବର୍ଷୀୟା ଯୁବତୀ ଗୁରୁତ୍ତର ଭାବେ ଆହତ ହୋଇ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜରେ ଛିକିତ୍ସାଧୀନ ରହିଥିବା ବେଳେ ଅଜୟ ସିଂ(୩୦), ମଙ୍ଗୁଳୁ ନାଏକ କୁଳିଅଣା ଡ଼ାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବାର ଜଣାପଡ଼ିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଦେଉଳି ରେଞ୍ଜର ସଦଳବଳେ ଘଟଣା ସ୍ଥଳରେ ପହଁଞ୍ଚି ଭାଲୁକୁ ବୁଢ଼ାବଳଙ୍ଗ ନଦୀ ପାର କରାଇ ଶିମିଳିପାଳ ଜଙ୍ଗଲ  ମଧ୍ୟକୁ ଘଉଡ଼ାଇ ଦେବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । 

 

0
0
0
s2sdefault