ହେଡଲାଇନସ୍:

ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି ରାଜ୍ୟ ବାହାର ପ୍ରବାସୀ : ଚିନ୍ତାରେ ସହରବାସୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ସହରର ବିଭିନ୍ନ ରାସ୍ତାରେ ରାଜ୍ୟ ବାହାର ପ୍ରବାସୀ ଖୋଲାଖୋଲି ବୁଲୁଥିବା ଦେଖାଯାଉଛି। ପ୍ରତିଦିନ ଶତାଧିକ ପ୍ରବାସୀ ବସ୍‌, ଟ୍ରେନ ଓ ଅନ୍ୟ ଯାନବାହନରେ ବଲାଙ୍ଗୀର ସହରରେ ପହଞ୍ଚୁଛନ୍ତି । ସେମାନଙ୍କୁ ଆଣୁଥିବା ବସ୍‌ ଓ ଯାନବାହନଗୁଡିକ କୌଣସି ନିର୍ଦ୍ଦିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ନ ଛାଡି ସହରର ବିଭିନ୍ନ ରାସ୍ତାରେ ଛାଡି ପଳାଉଛନ୍ତି। ଏଭଳି କ୍ଷେତ୍ରରେ ପ୍ରବାସୀମାନେ କେଉଁଠିକୁ ଯିବେ ଜାଣି ନ ପାରି ଇତସ୍ତତଃ ବୁଲୁଥିବା ଦେଖାଯାଉଛି । ଲୋକଙ୍କ ଭିତରେ ଏକ ଆରଂକ ପୁର୍ଣ ବାତାବରଣ ସୃଷ୍ଟି ହେଉଛି ବୋଲି ବଲାଙ୍ଗୀର ଆକ୍ସନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି  ଗୋପାଳଜି ପାଣିଗ୍ରାହୀ |

ଶ୍ରୀ ପାଣିଗ୍ରାହୀ  ସୂଚନା ଦେଇଛନ୍ତି ଯେ  ପ୍ରବାସୀମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓହ୍ଳାଇବା ପରେ କେଉଁଠିକି ଯିବେ ଜାଣି ପାରୁ ନ ଥିବାରୁ ଟାଉନ୍‌ ଥାନା ଓ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ପଚାରୁଛନ୍ତି। ଏବେ ଅବସ୍ଥା ଏପରି ହୋଇଛି ଯେ, ଟାଉନ୍‌ ଥାନା ଓ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖ ପ୍ରବାସୀଙ୍କ ବସ୍‌ଷ୍ଟାଣ୍ଡ ଭଳି ପ୍ରତୀତ ହେଲେଣି। ପ୍ରଶାସନ ପାଖରେ ବସ୍‌ଗୁଡିକରେ ଆସୁଥିବା ପ୍ରବାସୀଙ୍କ ସମ୍ପୂର୍ଣ୍ଣ ଓ ଠିକ୍‌ ସୂଚନା ନାହିଁ। ଫଳରେ ରାଜ୍ୟ ସରକାର ଠିକ ଭାବରେ କାର୍ଯ୍ୟକାରୀ କରିପାରୁ ନହିଁ , ଦୂର ଜିଲ୍ଲାର ପ୍ରବାସୀ ମାନଙ୍କୁ ମଧ୍ୟ ବଲାଙ୍ଗିର ଠାରେ ଓଲ୍ଲାଇବା ଠିକ ହେଉ ନାହିଁ ଓ ପରିଚାଳନା ଠିକ୍‌ ଭାବେ କରିପାରୁ ନାହାନ୍ତି ।ବଲାଙ୍ଗୀର ରେଳଷ୍ଟେଶନ୍‌କୁ ନିୟମିତ ଶ୍ରମିକ ସ୍ପୋଶାଲ ଟ୍ରେନ୍‌ ଆସୁଥିବାରୁ ପ୍ରବାସୀଙ୍କ ପ୍ରତ୍ୟାଗମନ ବ୍ୟବସ୍ଥାରେ ପୂରା ପ୍ରଶାସନ ଘାଣ୍ଟି ହେଉଛି। ପ୍ରଶାସନ ଗୋଟିଏ ସମୟରେ ଟ୍ରେନ୍‌ ଓ ବସ୍‌ ପରିଚାଳନା କରିପାରୁନାହିଁ। ଫଳରେ ଏଠାରେ କରୋନା ସଂକ୍ରମଣ ବଢ଼ି ଚାଲିଛି ବୋଲି କେତେକ ଆଶଙ୍କା ପ୍ରକଟ କରିଛନ୍ତ। ଏଠାରେ କୌଣସି ପ୍ରକାର ଲକ୍‌ଡାଉନ୍‌ ନିୟମ ଆଉ ନାହିଁ ଏହା ଯେକେହି ଖୋଲା ଆଖିରେ ଦେଖିପାରିବ। ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ପୋଲିସ ମଧ୍ୟ ଏଦିଗରେ ଆଉ ଧ୍ୟାନ ଦେଉନାହାନ୍ତି। କିଛି ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ଛାଡିଦେଲେ ଆଉ କୌଣସି କାମ ଦାୟିତ୍ୱର ସହ ନକରି ହାଲୁକା ହୋଇପଡିଥିବା ଦେଖାଯାଉଛି ।

0
0
0
s2sdefault