ହେଡଲାଇନସ୍:

ରାଜ୍ୟରେ ଆଉ ୮୬ଜଣ କରୋନା ପଜିଟିଭ ଚିହ୍ନଟ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ଆଉ ୮୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୦ଜଣ କ୍ୱାରେନଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା  ୭୮୯ ଥିବା ବେଳେ ସୁସ୍ଥ ହେଲେଣି  ୩୯୩ ଜଣ | ଏଯାବତ କରୋନାରେ   ୭ଜଣଙ୍କର ମୃତ୍ୟୁ ଘଟିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ ୪୬ ଜଣ , କଟକରୁ ୧୧ଜଣ , ନୟାଗଡ଼ ୬ଜଣ , ଗଞ୍ଜାମ ୫ଜଣ , ବାଲେଶ୍ୱର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ପୁରୀରୁ ୩ ଜଣ ଲେଖାଏ , ବଲାଙ୍ଗୀର ଦୁଇ, ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

0
0
0
s2sdefault