ହେଡଲାଇନସ୍:

ମମତାଙ୍କ ସହ ଫୋନ ଯୋଗେ କଥାହେଲେ ନବୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ କଲେ ଆଲୋଚନା : ସହାୟତାର ଦେଲେ ପ୍ରତିଶ୍ରୁତି 

ଭୁବନେଶ୍ୱର (ଶାସକ ପ୍ରଶାସକ): ଆମ୍ପାନ ବାତ୍ୟାର ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଜି ସକାଳେ ଟେଲିଫୋନ କଥା ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଲୋଚନା କାଳରେ ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିବା ସହ ପଶ୍ଚିମବଙ୍ଗର ଏ ସଙ୍କଟ ସମୟରେ ଓଡିଶା ବାସୀଙ୍କ ସମବେଦନା ଓ ସହଯୋଗ ରହିଛି ବୋଲି ଅବଗତ କରିଥିଲେ | ଏହି ତିରୋଟ ସମୟରେ ଓଡିଶା ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି | 

ସୂଚନାଯୋଗ୍ୟ ଯେ   ପଶ୍ଚିମବଙ୍ଗରେ ଆମ୍ପାନ କାରଣରୁ ହୋଇଥିବା ବିପୁଳ ଧନ ଜୀବନହାନିରେ ଗତକାଲି ମୁଖ୍ୟମନ୍ତ୍ରୀ ଦୁଖପ୍ରକାଶ କରିବା ସହ ପଶ୍ଚିମବଙ୍ଗ ମୁଖ୍ୟସଚିବଙ୍କ ସହ ଯୋଗାଯୋଗରେ ରହି ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଓଡ଼ିଶାର ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ |   

0
0
0
s2sdefault