ହେଡଲାଇନସ୍:

ସମ୍ବଲପୁର-ଝାରସୁଗୁଡା ମଧ୍ୟରେ ଦୂରତା କମିଲା ପ୍ରାୟ ୫୦ କିମି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସପ୍ନେ-ରମ୍ପେଲା ସେତୁ ଲୋକାର୍ପିତ 

15-04-18-CM.jpg - 159.96 kB

  ସମ୍ବଲପୁର/ଝାରସୁଗୁଡା(Ashoka Ray)  : ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପରେ ର୍ନିମତ ସପ୍ନେ-ରମ୍ପେଲା ସେତୁକୁ ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ୧୧୭କୋଟି ୫୦ଲକ୍ଷ ଟଙ୍କା ବିନିମୟରେ ର୍ନିମିତ ହୋଇଥିବା ୨.୫କିମିର ଏହି ସେତୁ ରାଜ୍ୟର ଅନ୍ୟତମ ଦୀର୍ଘତମ ସେତୁ ଭାବେ ପରିଗଣିତ ହୋଇଛି । ସମ୍ବଲପୁର-ଝାରସୁଗୁଡା ମଧ୍ୟରେ ଏହା ପ୍ରାୟ ୫୦ କିମି ଦୂରତା କମାଇବାକୁ ଥିବା ବେଳେ ସମ୍ବଲପୁର ଓ ଝାରସୁଗୁଡାର ବେଲପାହାଡ, ଲଖନପୁର ଅଞ୍ଚଳ ମଧ୍ୟରେ ଦୂରତ୍ୱ ବହୁ ପରିମାଣରେ କମିଯିବ ।ସମ୍ବଲପୁର ଜିଲ୍ଲା ଏବଂ ଝାରସୁଗଡା ମଧ୍ୟରେ ସୀମା ରେଖା ଟାଣିଥିବା ଇବ ନଦୀର ଗୋଟିଏ ପଟେ ସାଲଟ ପଞ୍ଚାୟତର ସପ୍ନେ ଏବଂ ଅନ୍ୟପଟେ ରମ୍ପେଲା ପଞ୍ଚାୟତର ତାଳବେର୍ଣ୍ଣକୁ ସଂଯୋଗ କରୁଛି । ଏହି ସେତୁ କହିବାକୁ ଗଲେ ଯେଉଁଠି ରମ୍ପେଲା ଡଙ୍ଗା ଘାଟ ଥିଲା ଓ ପ୍ରତ୍ୟହ ଲୋକେ ଡଙ୍ଗାରେ ଯିବା ଆସିବା କରୁଥିଲେ ଉକ୍ତ ସ୍ଥାନରେ ର୍ନିମାଣ ହୋଇଛି । ଏହି ସେତୁ ହୀରାକୁଦ ନଦୀବନ୍ଧ ଯୋଗୁ ବୁଡି ଯାଇଥିବା ଐତିହ୍ୟ ସଂପନ୍ନ ରମ୍ପେଲା ଗାଁ ଉପରେ ଏହି ସେତୁ ର୍ନିମାଣ ହୋଇଥିବାର ପ୍ରମାଣ ଦେଇଛି । ଏହି ପୋଲ ପାଇଁ ଅଞ୍ଚଳବାସୀ ବହୁ ଦିନରୁ ସ୍ପ୍ନ ଦେଖି ଆସୁଥିଲେ ଅର୍ଦ୍ଧ ଶତା³ୀର ଅପେକ୍ଷା ପରେ ତାହା ସାକାର ହୋଇଛି ହୀରାକୁଦ ବୁଡିି ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ବଡ ଭେଟି କହିଲେ ଅତ୍ୟìକ୍ତି ହେବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହି ସେତୁର ଲୋକାର୍ପର୍ଣ ସ୍ଥାନୀୟ ଅଞ୍ଚଳବାସୀଙ୍କ ବହୁ ଦଶନ୍ଧୀର ସ୍ୱପ୍ନ ସାକାର କରିଛି ।ଅୟମାନଙ୍କ ମଧ୍ଯ୍ୟରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ପ୍ରତାପ ଦେବ, ନଗେନ୍ଦ୍ର ପ୍ରଧାନ, ସାଂସଦ ପ୍ରଭାସ ସିଂହ, ସରକାର ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ. ନବ ଦାସ,ରାଧାରାଣୀ ପଣ୍ଡା ରମେଶ ପଟ୍ଓ୍ୱା, କିଶୋର ମହାନ୍ତି, ଅନୁପ ସାଏ ଉପସ୍ଥିତ ଥିଲେ |ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ପହଞ୍ଚି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଆଇଆଇଏମ୍ ସମ୍ବଲପୁର ସମାବର୍ତ୍ତନ ଉତ୍ସବରେ ଯୋଗ ମଧ୍ୟ ଦେଇଥିଲେ । ଏଠାରେ ୪୫ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଇଥିଲା । ଏଠାରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଇଆଇଏସ ସମ୍ବଲପୁର ଷ୍ଟାର୍ଟଅପ୍ ଆରମ୍ଭ ବା ଆଗେଇନେବା କ୍ଷେତ୍ରରେ ନେତୃତ୍ୱ ନେବ । ଏହା ରାଜ୍ୟରେ ସାମୂହିକ ଉଦ୍ୟୋକ ବିକାଶ କ୍ଷେତ୍ରରେ ଅଭିବୃଦ୍ଧିର ବାର୍ତ୍ତାବହ ହେବ ଓ ନିଯୁକ୍ତି ତଥା ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଶେଷ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତକୁ ବିରୋଧ କରିବା ଆଶଙ୍କାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୧୦ଜଣ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଥିଲା ।

15-4-18-cm1.jpg - 102.72 kB

0
0
0
s2sdefault