ହେଡଲାଇନସ୍:

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀସଂଘର ଜରୁରୀ କାର୍ଯ୍ୟକାରୀ ବୈଠକ :  ଛଟେଇ ହୋଇଥିବା ୧୫00 ରୁ ଉର୍ଦ୍ଧ ଚପରାଶୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ ଜରୁରୀ କାର୍ଯ୍ୟକାରୀ କମିଟି ବୈଠକ ବୁଧବାର  ଭିଡିଓ କନଫରେନ୍ସ ମାଧ୍ୟମରେ ସଂଘର ସଭାପତି ବିଜୟ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ପ୍ରଥମେ ରାଜ୍ୟ ସରକାର ଙ୍କ ଏବଂ ଶ୍ରମ ବିଭାଗ ଙ୍କ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ କେନ୍ଦୁପତ୍ର ସଂସ୍ଥା ର ପି ସି ସି ଏଫ୍ ଙ୍କ ମନମୁଖୀ ଏବଂ ସରକାରୀ ନିର୍ଦ୍ଦେଶ କୁ ବେ ଖାତିର ମନୋଭାବ ଯୋଗୁଁ ପ୍ରାୟ ୧୫୦୦ ରୁ ଉର୍ଦ୍ଧ ଚାପରସି ଛଟେଇ ହୋଇ ଦୁଇ ମାସର ମଜୁରୀ ହାତେଇଛନ୍ତି। ଏହା ବ୍ୟତୀତ କେତେକ ଡିଭିଜନ ରେ ବର୍ତମାନ କାର୍ଯ୍ୟରତ ଥିବା ଚପରସୀ ମାନେ ମଧ୍ୟ ସେମାନଙ୍କ ମଜୁରୀ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।କେତେକ ଡିଭିଜନ ରେ ମୁନସୀ ମାନେ ମଧ୍ୟ ନିଯୁକ୍ତି ପାଇ ନାହାନ୍ତି। ଏହି ସମସ୍ୟା ସମ୍ପର୍କରେ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା। ବର୍ତ୍ତମାନର ଆର୍ଥିକ ମାନ୍ଦାବସ୍ଥା ରେ ସେମାନେ ନିଯୁକ୍ତି ପାଇବା ଆଶାରେ ଦୁଇ ମାସର ମଜୁରୀ ପାଇବା ରୁ ବଞ୍ଚିତ ହୋଇଥିବା ଯୋଗୁଁ ସେମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁ ବୋଲି ସଂଘ ଦୃଢ଼ ଦାବି  ଜଣାଇଛି। ଏହାର ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆ ଯିବ l ବର୍ତମାନ ସୁଦ୍ଧା ଗତ ବର୍ଷ ର ବୋନସ୍  ବିତରଣ କରାଯାଇନାହିଁ। ତେଣୁ ତୋଳାଳୀ, ବନ୍ଧେଇ ଶ୍ରମିକ, ସିଯିନାଲ୍ କର୍ମଚାରୀ ମାନଙ୍କୁ ବୋନସ୍ ଦେବା ପାଇଁ ଦାବି କରାଯାଇଛି। ଏହା ବ୍ୟତୀତ ସାମାଜିକ ନିରାପତ୍ତା ମୂଳକ ସହାୟତା ଶୀଘ୍ର ଦେବାପାଇଁ ଦାବି କରାଯାଇଛି। ଏହା ସଙ୍ଗେ ସଙ୍ଗେ ୱାଚର ମାନଙ୍କ ଦରମା ହାର ସଂଶୋଧନ ନ କରିବା ଯୋଗୁଁ ୱାଚାର ମାନେ ଆର୍ଥିକ କ୍ଷତଗ୍ରସ୍ତ ହୋଇଛନ୍ତି। ୱାଚାର୍ ମାନଙ୍କ ମାସିକ ମଜୁରୀ ହାର ବୃଦ୍ଧି ପାଇଁ ଦାବି କରାଯାଇଛି।  ବର୍ତମାନ ବିଭିନ୍ନ ଡିଭିଜନ ରେ ଫଡି ମାନଙ୍କରେ କେନ୍ଦୁପତ୍ର ସଂଗ୍ରହ ସାମାଜିକ ଦୂରତା ବଜାୟ ରଖି ତୋଳାଳୀ ଓ କର୍ମଚାରୀ ମାନଙ୍କୁ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟ କୁ ହାସଲ କରିବାକୁ ଆହ୍ୱାନ କରାଯାଇଛି l ଏହି  ସଭାରେ ସଂଘ ର ଉପ ସଭାପତି ଗୋକୁଳ ମେହେର, କିଶୋର ଚନ୍ଦ୍ର ପରିଜା, ସମ୍ପାଦକ ସଂଜିତ ମହାନ୍ତି, ମହମ୍ମଦ ମୂର୍ତୁଯା, କୋଷାଧ୍ୟକ୍ଷ ଦୀନବନ୍ଧୁ ବେହେରା, ଯଦୁ ପାଣିଗ୍ରାହୀ, ସରୋଜ କର୍ଣ୍ଣ, ପଦ୍ମାବତୀ କିସାନ୍, ଅନାଦି ସାହୁ, କ୍ଷେତ୍ର ଚନ୍ଦ୍ର ବାରିକ୍, କିଶୋର ପ୍ରଧାନ,  ପ୍ରଦୀପ ମିଶ୍ର, ଉପେନ୍ଦ୍ର ସାମଲ, ରମେଶ ମହାର, ଉପେନ୍ଦ୍ର ସାମଲ, ପୁଷ୍ପକେତୁ ଦେବ୍, ନାରାୟଣ ମହାପାତ୍ର, ଭିକାରୀ ପ୍ରଧାନ, ସଙ୍କର୍ଶେଣ ପ୍ରଧାନ, ଭକ୍ତ ମଝି, ରତ୍ନାକର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault