ରିଜର୍ଭେସନ କାଉଣ୍ଟରରେ ମିଳିବନି ଟିକେଟ
ନୂଆଦିଲ୍ଲୀ(ଏସପିବି) -ଆଗରୁ ରେଳ ମନ୍ତ୍ରଣାଳୟ କହିଥିଲା କେବଳ ନନ ଏସି ଟ୍ରେନ ପହିଲାରୁ ଗଡିବ | ହେଲେ ନନ ଏସି ସହ ଜୁନ ପହିଲାରୁଏସି ଟ୍ରେନ ବି ଗଡିବ | କୌଣସି ରେଳ ଷ୍ଟେସନର ରିଜର୍ଭେସନ କାଉଣ୍ଟରରେ ମିଳିବନି ଟିକେଟ | କେବଳ ଆଇଆରସିଟିସି ୱେବସାଇଟ ବା ମୋବାଇଲ ଆପରେ ହେବ ଅନଲାଇନ ଟିକେଟ | ଜୁନ ପହିଲାରୁ ୨୦୦ ଯାତ୍ରୀବାହୀ ଟ୍ରେନ ଚାଲିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ବେଳେ ୨୧ ତାରିଖ ଦିବା ୧୦ଟା ପରେ ଏଗୁଡିକ ପାଇଁ ଟିକେଟ ବୁକିଂ ଆରମ୍ଭ ହେଉଛି |
ଆରମ୍ଭ ହେବାକୁ ଯାଉଥିବା ଟ୍ରେନ ସେବା ଗୁଡିକ ମଧ୍ୟରେ ଜନ ଶତାବ୍ଦୀ, ଦୁରନ୍ତ ସମ୍ପର୍କ କ୍ରାନ୍ତି ଏବଂ ଅନ୍ୟ ଯାତ୍ରୀବାହୀ ଟ୍ରେନ ଯିବାର ନିଷ୍ପତ୍ତି ନିଆଯାଇଛି | ଯାତ୍ରୀଙ୍କୁ ଟ୍ରେନ ଭିତରେ କୌଣସି ପ୍ରକାର ଲାଇନେନ , ବ୍ଳଙ୍କେଟ ଆଦି ପ୍ରଦାନ କରାଯିବ ନାହିଁ | ସମ୍ପୃକ୍ତ ଟ୍ରେନ ଗୁଡିକରେ କୌଣସି ଅସଂରକ୍ଷିତ ବଗି ରହିବ ନାହିଁ | ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସ୍କ୍ରିନିଙ୍ଗ ହେବ ଓ ଲକ୍ଷଣ ନଥିବା ଯାତ୍ରଙ୍କୁ କେବଳ ଯିବା ପାଇଁ ଅନୁମତି ଦିଆଯିବ | ଆଉ ସେମାନେ ଆରୋଗ୍ୟ ସେତୁ ଆପ ଡାଉନ ଲୋଡ଼ କରିଥିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା | ହେଲେ ନନ ଏସି ପାସେଞ୍ଜର ଟ୍ରେନ ବ୍ୟତୀତ ଏସି ଟ୍ରେନ ବି ଚାଲିବ ବୋଲି କୁହାଯାଇଛି | ଯେଉଁ ଯାତ୍ରୀବାହୀ ଟ୍ରେନ ଗୁଡିକ ଚାଲିବ ସେଗୁଡିକ ହେଲା ନିମ୍ନ ମତେ |
ସେଗୁଡିକ ହେଲା କୂଶୀନଗର ଏକ୍ସପ୍ରେସ, କୋଣାର୍କ ଏକ୍ସପ୍ରେସ, ଦରଭଙ୍ଗା ଏକ୍ସପ୍ରେସ , କାମୟାଣୀ ଏକ୍ସପ୍ରେସ, ମହାନଗରୀ ଏକ୍ସପ୍ରେସ, ଉଦ୍ୟାନ ଏକ୍ସପ୍ରେସ, ଭୋପାଲ ଏକ୍ସପ୍ରେସ,ଲକ୍ଷ୍ନୌ ମେଲ, ସଂଘମିତ୍ରା ଏକ୍ସପ୍ରେସ, ପଦାତିକ ଏକ୍ସପ୍ରେସ, ଶ୍ରମଜୀବି ଏକ୍ସପ୍ରେସ, ସମ୍ପୂର୍ଣ କ୍ରାନ୍ତି ଏକ୍ସପ୍ରେସ , ପ୍ରୟାଗ ରାଜ ଏକ୍ସପ୍ରେସ, ଗୋମତୀ ଏକ୍ସପ୍ରେସ, କର୍ମଭୂମି ଏକ୍ସପ୍ରେସ, ଶ୍ରମ ଶକ୍ତି ଏକ୍ସପ୍ରେସ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ (ଯୋଧପୁର ଦିଲ୍ଲୀ ଦିଲ୍ଲୀ ସରଇ ରୋହିଲା ), ସୂର୍ଯ୍ୟାନଗରୀ ଏକ୍ସପ୍ରେସ, ପୁଷ୍ପକ ଏକ୍ସପ୍ରେସ, ଗୋରଖଧାମ ଏକ୍ସପ୍ରେସ, ଶିବଗଙ୍ଗା ଏକ୍ସପ୍ରେସ, ମଙ୍ଗଳ ଏକ୍ସପ୍ରେସ, ଚମ୍ପାରଣ ସତ୍ୟାଗ୍ରହ ଏକ୍ସପ୍ରେସ, କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ହୁସେନ ସାଗର ଏକ୍ସପ୍ରେସ, ଫଲକନୁମା ଏକ୍ସପ୍ରେସ,ସଚଖଣ୍ଡ ଏକ୍ସପ୍ରେସ, ତେଲେଙ୍ଗାନା ଏକ୍ସପ୍ରେସ, ପୁରୁଷୋତ୍ତମ ଏକ୍ସପ୍ରେସ, ହାଉଡା-ମୁମ୍ବାଇ ମେଲ, ଗୋଲଡେନ ଟେମ୍ପଲ ମେଲ, ଆଶ୍ରମ ଏକ୍ସପ୍ରେସ, ପଶ୍ଚିମଏକ୍ସପ୍ରେସ,କର୍ଣ୍ଣାବତୀ ଏକ୍ସପ୍ରେସ,ମେବାର ଏକ୍ସପ୍ରେସ, ମହାନନ୍ଦ ଏକ୍ସପ୍ରେସ, ନେତ୍ରବତୀ ଏକ୍ସପ୍ରେସ, ଏପି ଏକ୍ସପ୍ରେସ, ମହାମାନ ଏକ୍ସପ୍ରେସ,ଗୋଲକୋଣ୍ଡା ଏକ୍ସପ୍ରେସ ,ରୟଲସୀମା ଏକ୍ସପ୍ରେସ, ସାବରମତୀ ଏକ୍ସପ୍ରେସ (ଅହମଦାବାଦ ରୁ ଦରଭଙ୍ଗା ), ସାବରମତୀ ଏକ୍ସପ୍ରେସ (ଅହମଦାବାଦ ରୁ ବାରଣାସୀ), ତାପତି ଗଙ୍ଗା ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ, ପୂର୍ବ ଏକ୍ସପ୍ରେସ (ହାଓଡ଼ା ରୁ ନୂଆ ଦିଲ୍ଲୀ ଭାୟା ପାଟଣା ), ପୂର୍ବ ଏକ୍ସପ୍ରେସ (ହାଓଡ଼ା ରୁ ନୂଆ ଦିଲ୍ଲୀ ଭାୟା ଗୟା ), ସପ୍ତ କ୍ରାନ୍ତି ଏକ୍ସପ୍ରେସ, ସତ୍ୟାଗ୍ରହ ଏକ୍ସପ୍ରେସ, ସୁହେଲ ଦେବ ଏକ୍ସପ୍ରେସ, ଶହୀଦ ଏକ୍ସପ୍ରେସ, ସରଯୁ ଯମୁନା ଏକ୍ସପ୍ରେସ, ବ୍ରହ୍ମପୁତ୍ର ମେଲ, ଅଜିମାଵାଦ ଏକ୍ସପ୍ରେସ, ଗୋଦାବରୀ ଏକ୍ସପ୍ରେସ, ଦୁରନ୍ତ ଏକ୍ସପ୍ରେସ (ହାଓଡ଼ା ରୁ ଯଶବନ୍ତପୁର ), ଦୁରନ୍ତ ଏକ୍ସପ୍ରେସ (ସିଆଲଦାହ ରୁ ପୁରୀ ), ଦୁରନ୍ତ ଏକ୍ସପ୍ରେସ (ଶାଲିମର ରୁ ପାଟଣା ), ଦୁରନ୍ତ ଏକ୍ସପ୍ରେସ (ଏର୍ଣ୍ଣାକୁଲମରୁ ନିଜ଼ାମ୍ମୁଦିନ), ଦୁରନ୍ତ ଏକ୍ସପ୍ରେସ (ସିକନ୍ଦରାବାଦ ରୁ ନିଜ଼ାମ୍ମୁଦିନ), ଜନ ଶତାବ୍ଦୀ ଏକ୍ସପ୍ରେସ (ହାଓଡ଼ା ରୁ ଭୁବନେଶ୍ବର ), ଜନ ଶତାବ୍ଦୀ ଏକ୍ସପ୍ରେସ (ହାଓଡ଼ା ରୁ ପାଟଣା), ଜନ ଶତାବ୍ଦୀ ଏକ୍ସପ୍ରେସ (ପାଟଣା ରୁ ରାଞ୍ଚି ), ଜନ ଶତାବ୍ଦୀ ଏକ୍ସପ୍ରେସ (ଡେରାଡୁନ ରୁ କାଠଗୋଦାମ ), ଜନ ଶତାବ୍ଦୀ ଏକ୍ସପ୍ରେସ (ଗୁଆହାଟୀ ରୁ ଜୋରହାଟ ), ଜନ ଶତାବ୍ଦୀ ଏକ୍ସପ୍ରେସ (ହରିଦ୍ୱାର ରୁ ଅମୃତସର ), ଜନ ଶତାବ୍ଦୀ ଏକ୍ସପ୍ରେସ (ନୂଆଦିଲ୍ଲୀ ରୁ ଡେରାଡୁନ ), ଜନ ଶତାବ୍ଦୀ ଏକ୍ସପ୍ରେସ (ନୂଆଦିଲ୍ଲୀ ରୁ ଉନା -ହିମାଚଳ ), ଜନ ଶତାବ୍ଦୀ ଏକ୍ସପ୍ରେସ (ଅଜମେରରୁ ଦିଲ୍ଲୀ ଏସଆର ),ଜନ ଶତାବ୍ଦୀ ଏକ୍ସପ୍ରେସ (ହାଓଡା ରୁ ବଡ଼ବିଲ), ଅବାଧ ଏକ୍ସପ୍ରେସ (ବାନ୍ଦ୍ରା ରୁ ଗୋରଖପୁର ), ଅବଧ ଏକ୍ସପ୍ରେସ (ବାନ୍ଦ୍ରାରୁ ମୁଜ଼ାଫରପୁର ), ବିହାର ସମ୍ପର୍କ କ୍ରାନ୍ତି ,ଗୁଜରାଟ ସମ୍ପର୍କ କ୍ରାନ୍ତି, ଗୋଆ ଏକ୍ସପ୍ରେସ |











