ହେଡଲାଇନସ୍:

ନୂଆପଡା ରେଳ ଷ୍ଟେସନରେ ଶ୍ରମଜୀବୀ ଏକ୍ସପ୍ରେସ,  ନୂଆପଡା ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତେଲେଙ୍ଗାନାରୁ ପହଁଚିଲେ ୨୫୦୦ ପ୍ରବାସୀ, କେବଳ ନୂଆପଡା ଜିଲ୍ଲାର ୫୦୦ରୁ ଇର୍ଧ୍ୱ ଶ୍ରମିକ 

ନୂଆପଡା(ଅମିତ ପୁରୋହିତ ): କୋରୋନା ମୁକାବିଲା ପାଇଁ ବର୍ତ୍ତମାନ ଦେଶରେ ୪ର୍ଥ ପର୍ଯ୍ୟାୟ  ତାଲାବନ୍ଦ ଜାରି ରହିଛି ।  କେନ୍ଦ୍ର ସରକାର ଭିନ୍ନଭିନ୍ନରାଜ୍ୟରେ ଫସିରହିଥିବା ଶ୍ରମିକ ମାନଙ୍କୁ ନିଜ ସ୍ୱରାଜ୍ୟ କୁ ଫେରିଜିବାପାଇଁ  ଭାରତୀୟ ରେଳର ସ୍ୱତନ୍ତ୍ର ରେଳ ବ୍ୟବସ୍ଥା  କରିଛନ୍ତି । ଏହାର ନାମକରଣ ଶ୍ରମଜୀବୀ ଏକ୍ସପ୍ରେସ ରଖାଯାଇଛି । ଏହି ଶ୍ରମଜୀବୀ ଏକ୍ସପ୍ରେସ ଜରିଆରେ ବିଶେଷ କରି ମହାରାଷ୍ଟ, ଆନ୍ଧପ୍ରଦେଶ. ତେଲେଙ୍ଗାନା,ଗୁଜୁରାଟ ,ତାମିଲନାଡୁ.କର୍ଣ୍ଣାଟକରେ ଫସି ରହିଥିବା ଶ୍ରମିକ ମାନଙ୍କୁ ନିଜନିଜ ରାଜ୍ୟକୁ ଫେରାଇନେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ତେଲେଙ୍ଗାନାରୁ ଏକ ଶ୍ରମଜୀବୀ  ଏକ୍ସପ୍ରେସ  ଓଡ଼ିଶାର ବିଭିନ୍ନ ଜିଲାର ପାଖାପାଖି ୨୫୦୦ ପ୍ରବାସୀଙ୍କୁ ନେଇ ନୂଆପଡା ରେଳ ଷ୍ଟେସନ ରେ ପହଞ୍ଚିଛି । କେବଳ ନୂଆପଡା ଜିଲାର ୫୦୦ ରୁ ଉର୍ଦ୍ଧ ଶ୍ରମିକ ଏହି ରେଳ ଯୋଗେ ଆସି ପହଞ୍ଚିଛନ୍ତି । ତଥ୍ୟ ମୁତାବକ ନୂଆପଡା ବ୍ୟତିତ କଳାହାଣ୍ଡି ,ବଲାଙ୍ଗିର, ବରଗଡ, ଅନୁଗୁଳ, କୋରାପୁଟ,ନବରଙ୍ଗପୁର,ମାଲକାନଗିରି ଜିଲାର ଶ୍ରମିକମାନେ ମଧ୍ୟ  ଏହି ଟ୍ରେନ ଯୋଗେ ଆସି ପହଞ୍ଚିଛନ୍ତି ।ରାଜ୍ୟର ଭିନ୍ନଭିନ୍ନ ଜିଲାର ଶ୍ରମିକ ମାନଙ୍କୁ ସୁଚାରୁରୁପେ ନିଜନିଜ ଜିଲାକୁ ପଠାଇବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଗ୍ରହଣ କରାଜିବା ସହ ଏଥିପାଇଁ ନୂଆପଡା ସହର ବାସୀ ଯେପରି ଆସୁବିଧାର ସମ୍ମୁଖିନ ନହୁଅନ୍ତି ତହାକୁ ସୁନିଶ୍ଚିତ କରିବାକୁ ଯାଇ  ଦି ୧ଟାରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ନୂଆପଡା ସହରରେ କର୍ଫ୍ୟୂ ଜାରି କରାଯାଇଛି । ନୂଆପଡା ଥାନାଧିକାରୀ ଆଦିତ୍ୟ ମହାକୁଡ ଙ୍କ କହିବା ମୁତାବକ ବର୍ତ୍ତମାନ ଜିଲାରେ ପହଞ୍ଚିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ସୁରକ୍ଷୀତ ନିଜନିଜ ଜିଲାକୁ ପଠାଯିବା ପର୍ଯ୍ୟନ୍ତ ସହରରେ ୧୪୪ ଧାରା ବଳବତ୍ତର ରହିବ । ପୂର୍ବରୁ ଥିବା ନିଦେ୍ର୍ଧଶ ମୁତାବକ ଓ ସୁରକ୍ଷା ଦୃଷ୍ଟି କୋଣରୁ  ନୂଆପଡା ରେଳଷ୍ଟେଷନ ଅଞ୍ଚଳକୁ ସମ୍ପୁର୍ନ୍ନ ସୀଲ କରାଯାଇଛି ।ଏପରିକି ଗଣମାଧ୍ଧମ ପ୍ରତିନିଧୀ ମାନଙ୍କୁ ମଧ୍ଧ ଉକ୍ତ ଅଞ୍ଚଳକୁ ପ୍ରବେଶ କରାଇଦିଆଯାଇନାହିଁ । ଫୋନ ଯୋଗର ନୂଆପଡା ଉପଜିଲାପାଳ  ତରଣୀ ସେନ ନାଏକ ଙ୍କୁ ପଚରାଯିବାରୁ  କେବଳ ନୂଆପଡା  ଜିଲାକୁ ୫୦୦ ରୁ ଉର୍ଦ୍ଧ ଶ୍ରମିକ ଏହି ଟ୍ରେନ ଯୋଗେ ।ାସି ପହଞ୍ଚିଛନ୍ତି ।ଜିଲାପ୍ରଶାସନ ପକ୍ଷରୁ ନୂଆପଡା ଜିଲାପାଳ ମଧୁସ୍ମିତା ସାହୁ, ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ,ନୂଆପଡା ଅତିରିକ୍ତ ଜିଲାପାଳ ସୂର୍ଯ୍ୟମାଧବ ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ  ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ,  ନୂଆପଡା ଉପଜିଲାପାଳ ତରଣିସେନ ନାଏକ, ଉପଖଣ୍ଡିୟ ପୁଲିସ ଅଧିକାରୀ  ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ,ନୂଆପଡା ବିଡିଓ ସୁନବାଦାର ପ୍ରଧାନ,ନୂଆପଡା ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡ ରେଳ ଷ୍ଟେଷନରେ ଉପସ୍ଥିତ ରହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।  ୫ଟି ରେପିଡ ଏକ୍ସନ ଟିମ, ସହ ଡାଃ ବିରେନ୍ଦ୍ର କୁମାର ବାଗ,ଡାଃ ତପନ ମହାରଣା, ଡାଃ ଉମାକାନ୍ତ ଭୋଇ,ଡାଃ ଶୀଳ୍ପା ପଟ୍ଟନାୟକ, ଡାଃ ସାଇରୁନିଶା, ଡାଃ ଅକ୍ତାରୀ , ଡାଃ ବିନୟ କୁମାର ଜୋଷୀ, ଡାଃ ଶେଫାଳୀ  ବିଷୋଇ ପ୍ରମୁଖ ଉପସ୍ଥିତ  ରହି ପ୍ରବାସୀ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପୁଲିସ ବାହିନୀର ଅନ୍ୟାନ୍ୟ ପଦାଧିକାରୀ, ନୂଆପଡା ରାଜସ୍ୱ ବିଭାଗର କର୍ମଚାରୀ, ନୂଆପଡା ଏନଏସି ର କର୍ମଚାରୀ ମାନେ ଉପସ୍ଥିତ ରହି ଏହି ଶ୍ରମିକ ମାନଙ୍କୁ ପଞ୍ଜିକୃତ କରାଇବାସହ ସେମାନଙ୍କ ଖାଦ୍ୟ ପେୟର ବ୍ୟବସ୍ଥା ବୁଝାସୁଝା କରି ସେମାନଙ୍କୁ ନିର୍ଦ୍ଧିଷ୍ଟ ବସଯୋଗେ  ପଠାଇବାର ବ୍ୟବସ୍ଥାରେ ନିୟୋଜିତ ଅଛନ୍ତି । 

0
0
0
s2sdefault