ହେଡଲାଇନସ୍:

କର୍ମଚାରୀ-ବ୍ୟବସାୟୀ ମଧୁନ୍ଦ୍ରିକା, ରୋଗୀ ହନ୍ତସନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆନନ୍ଦପୁର ମେଡ଼ିକାଲରେ ହେଉଛି ଗରିବ ରୋଗୀଙ୍କୁ ଶୋଷଣ 

15-04-18-aanandapur.png - 2.47 MB

ଆନନ୍ଦପୁର(ଜିତେନ୍ଦ୍ର ସାହୁ): କେନ୍ଦୁଝର ଜିଲାର ସବୁଠାରୁ ସମ୍ବେଦନଶୀଳ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଗତ କିଛି ମାସ ହେବ ବାରମ୍ବାର ଅଚଳାବସ୍ଥା ସୃଷ୍ଟି ହେଉଛି । କିଛି କର୍ମଚାରୀଙ୍କ ଦାୟିତ୍ୱ ହୀନତା ଓ ଦୁର୍ନିତିଖୋର ମନୋବୃତ୍ତି  ଯୋଗୁଁ ଉପଖଣ୍ଡ ଡାକ୍ତରଖାନାରେ ଗୋଟିଏ ପରେ ଗୋଟିଏ ବିଭ୍ରାଟ ଘଟିବାରେ ଲାଗିଛି । ଏଥିପାଇଁ ଦୈନିକ ଏଠାକୁ ଚିକିତ୍ସା  ପାଇଁ ଆସୁଥିବା ଶହଶହ ସଂଖ୍ୟାରେ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ବିଶେଷ କରି ଗରିବ ଆଦିବାସୀ ଶ୍ରେଣୀର ରୋଗୀ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଗତ ପ୍ରାୟ ସପ୍ତାହକ ତଳେ ଉପଖଣ୍ଡ ଡାକ୍ତରଖାନାରେ ହଠାତ୍  ସାଲାଇନ ଆଟାଚ୍(ସାଲାଇନରେ ବ୍ୟବହୃତ ପାଇପ୍) ସରିଯିବାରୁ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । ସେ ସମୟରେ ରୋଗୀ ମାନେ ନଜାରରେ ଥିବା ଔଷଧ ଦୋକାନରୁ ପ୍ରାୟ ୮୦ଟଙ୍କା ଦେଇ ପାଇପ୍ କିଣିବାକୁ ବାଧ୍ୟ ହୋଇଥିଲେ । ସରକାର ଏହାକୁ ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦେଉଥିବା ବେଳେ ଏଠାରେ କିନ୍ତୁ ଷ୍ଟକ ସରିଯାଇଥିବା କହି କର୍ମଚାରୀ ମାନେ ରୋଗୀଙ୍କୁ ବଜାରରେ ଥିବା ଔଷଧ ଦୋକାନର ରାସ୍ତା ଦେଖାଇ ଦେଉଥିଲେ । ଏହି ଘଟଣା ବିଭିନ୍ନ ମହଲରେ ଉଦବେଗର କାରଣ ହୋଇଥିବା ବେଳେ ଔଷଧ ବ୍ୟବସାୟୀ ଓ ଡାକ୍ତରଖାନାର ଷ୍ଟୋର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଥିଲା । ତେବେ ଏହି ସମସ୍ୟାର ସମାଧାନ ନହେଉଣୁ ଏହି ଉପଖଣ୍ଡ  ଡାକ୍ତରଖାନାରେ ଭେନ ପ୍ଲୁଗ  ଓ ଜଟିଳ ରୋଗର ଔଷଧ ନମିଳିବା କାରଣରୁ ପୁଣିଥରେ ଅଚଳବାସ୍ଥା ସୃଷ୍ଟି ହୋଇଛି । ଷ୍ଟକ ଶେଷ ହୋଇଯାଇଥିବା ଆଳରେ ରୋଗୀ ମାନଙ୍କୁ ଭେନ ପ୍ଲୁଗ ଯୋଗାଇ ଦିଆଯାଉନଥିବା ବେଳେ ସେଗୁ ଡ଼ିକୁ ବାହାର ବଜାରରୁ କିଣିବା ପାଇଁ କେତେକ କର୍ମଚାରୀ ରାସ୍ତା ଦେଖାଇ ଦେଇ ହାତବାନ୍ଧି ବସୁଛନ୍ତି । ଫଳରେ ଆଜି ଶତାଧିକ ରୋଗୀ ଭେନ ପ୍ଲୁଗକୁ ବଜାରରେ ଥିବା ଔଷଧ ଦୋକାନରୁ  ପ୍ରାୟ ୩୦ଟଙ୍କା ପର୍ଯ୍ୟନ୍ତ ଚଢା ଦରରେ କିଣିଥିବା ଦେଖାଦେଇଛି । ରୋଗୀ ମାନଙ୍କୁ ଇନ୍ଜେକ୍ସନ ଠାରୁ ଆରମ୍ଭ କରି ସଲାଇନ, ରକ୍ତ ଓ ଔଷଧ ଦେବାରେ ଭେନ ପ୍ଲୁଗ ବ୍ୟବହୃତ ହୋଇଥାଏ । ଏଭଳି ଏକ ଜରୁରୀ ସାମଗ୍ରୀର ଅଭାବ ଉପଖଣ୍ଡ ଡାକ୍ତରଖାନାରେ ଅଚଳାବସ୍ତା ସୃଷ୍ଟି କରିଛି । ସେହିପରି ଅନେକ ଜଟିଳ ରୋଗର ଔଷଧ ମଧ୍ୟ ଷ୍ଟକ ନଥିବାରୁ ରୋଗୀ ମାନେ ହିନସ୍ଥା ହେଉଛନ୍ତି । ଗତକିଛି ଦିନ ହେବ ମଧୁମେହ ଓ ରକ୍ତଚାପ ଭଳି ରୋଗ ପାଇଁ ଔଷଧ ନପାଇ ରୋଗୀ ମାନେ ସେଗୁଡ଼ିକୁ ବଜାରରେ ଥିବା ଔଷଧ ଦୋକାନରୁ କିଣୁଛନ୍ତି । ଏହି ଗୁରୁତ୍ୱପୁର୍ଣ୍ଣ ଡାକ୍ତରଖାନାରେ ବାରମ୍ବାର ଏଭଳି ବିଭ୍ରାଟ ଘଟିବା ଘଟଣା ଉପଖଣ୍ଡ ଡାକ୍ତରଖାନାର ଷ୍ଟୋର ଦାୟିତ୍ୱରେ ଥିବା କର୍ମଚାରୀ ଓ େଓøଷଧ ବ୍ୟବସାୟୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ସନେ୍ଦହକୁ ଘନିଭୁତ କରିଛି । କେନ୍ଦୁଝର ଜିଲାପାଳ ଏଭଳି ବିଭ୍ରାଟର ତଦନ୍ତ କରି ପଦକ୍ଷେପ ନେବାକୁ ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଦାବି ହୋଇଛି ।

 

0
0
0
s2sdefault