ହେଡଲାଇନସ୍:

ସେପଟେ ଅମ୍ଫାନରର ତାଣ୍ଡବ, ଏପଟେ ମଣିଷ ସାଜିଲା ଅମାନବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘରେ ପଶି ନାବାଳିକାକୁ ଅସଦାଚରଣ , ଅଭିଯୁକ୍ତ ଯୁବକ ଗିରଫ 

ବାରିପଦା/ ଦିଲ୍ଲୀପ ମହାନ୍ତି :-  ସାମୁଦ୍ରିକ ଝଡ ଅମ୍ଫାନ ତାଣ୍ଡବ ରଚିଥିବା ବେଳେ ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକା ଘର ଭିତରେ ରହିଥିବା ବେଳେ ଏକ କାମୁକ ଯୁବକ ଘରେ ପଶି ଅଶାଳୀନ ବ୍ୟବହାର କରିଥିବା ବିଷୟକୁ ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କ ଅଭିଯୋଗକୁ ଭିତ୍ତିକରି ବାରିପଦା ଟାଉନ ଥାନା ପୋଲିସ ମଧୁବନ ଅଞ୍ଚଳରେ  ରାହୁଲ ଦଣ୍ଡସେନା (୨୨)କୁ ଗିରଫ କରି କୋର୍ଟ ଚାଲଣ କରିଛି । ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜଣଙ୍କ ପିଡୀତାଙ୍କ  ହାତକୁ ଧରି ଅଶାଳୀନ ବ୍ୟବହାର କରିବାବେଳେ ଧରା ପଡ଼ିଥିଲେ । ମାତ୍ର ଅଭିଯୁକ୍ତ ଯୁବକ ଜଣଙ୍କ ବହି ଏବଂ ଟଙ୍କା ମାଗିବାକୁ ଆସିଥିବା ବାହାନା କରିଥିଲେ ମାତ୍ର ନାବାଳିକା ଜଣଙ୍କ ଏହାକୁ ଖଣ୍ଡନ କରିବା ସହିତ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତକୁ ପୋକସୋ ଆକ୍ଟ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

0
0
0
s2sdefault