ହେଡଲାଇନସ୍:

ମୟୂରଭଞ୍ଜ: ସୁସ୍ଥ ହେଲେ ଆଉ ୩ କରୋନା ପଜିଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାରେ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୭ଜଣ :ଘରେ ସଙ୍ଗରୋଧରେ ରହିବେ ୧୪ ଦିନ

ବାରିପଦା(ଦିଲ୍ଲୀପ ମହାନ୍ତି) :- ମୟୂରଭଞ୍ଜ ଜିଲ୍ଲାର ୧୧ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଆଉ ୩ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ହୋଇଥିବା ମୋଟ ୧୧ଜଣଙ୍କ ମଧ୍ୟରୁ ୭ଜଣ ସୁସ୍ଥ ହୋଇଛନ୍ତି। ଦୁଇ ଦିନ ମଧ୍ୟରେ ଜିଲ୍ଲାର ୭ଜଣ ସୁସ୍ଥ ହୋଇଛନ୍ତି। ଯାହାକି ଜିଲ୍ଲାପାଇଁ ନିଶ୍ଚିତ ଭାବେ ଏକ ସନ୍ତୋଷଜନକ ବିଷୟ। ସୁସ୍ଥ ହୋଇଥିବା ସମସ୍ତ ୭ ଜଣ କପ୍ତିପଦା ବ୍ଲକ୍ ଏବଂ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି।  ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଏମାନଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା। ତେଣୁ ସମସ୍ତଙ୍କୁ ମାତ୍ର କିଛି ଦିନରେ କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲରୁ ଡିସ୍ଚାର୍ଯ କରିଦିଆଯାଇଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନେ ଘରକୁ ଫେରିବା ପରେ ୧୪ଦିନ ପାଇଁ ସଙ୍ଗରୋଧରେ ରହିବେ ବୋଲି ଜଣାପଡ଼ିଛି। ଆଜିକୁ ମିଶାଇ ଜିଲ୍ଲାରେ ୭ଜଣ ସୁସ୍ଥ ହେବା ପରେ ମୟୂରଭଞ୍ଜରେ ବର୍ତ୍ତମାନ ସମୟରେ ୪ଟି ଆକ୍ଟିଭ୍ ମାମଲା ରହିଛି। ସୂଚନା ଯୋଗ୍ୟଯେ , ଚଳିତ ମାସ ୭ରେ ଗ୍ରୀନ୍ ଜୋନରେ ଥିବା ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ମୋଟ ୧୧କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ ସୁରଟ ଫେରନ୍ତା ଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା। ୧୦ଜଣ କପ୍ତିପଦାର ହୋଇଥିବାବେଳେ ଜଣେ ବାରିପଦାର ପୌରପରିଷଦରୁ ରହିଥିଲେ। ଉଲ୍ଲେଖନୀୟ ବିଷୟ ଏହାଯେ କରୋନା ପଜିଟିଭ ସଂକ୍ରମିତ ଵ୍ୟକ୍ତିମାନେ ସୁରଟ ଓ ପଶ୍ଚିମବଙ୍ଗରୁ ଫେରି ଜିଲ୍ଲାରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ସିଧାସଳଖ ସଙ୍ଗରୋଧ ଗୃହରେ ରଖାଯାଇଥିଲା। ଯାହା ଜିଲ୍ଲାରେ ସଂକ୍ରମଣକୁ ରୋକି କ୍ଷେତ୍ରରେ ବିଶେଷ ଭାବେ ସଫଳତା ମିଳି ପାରିଛି।

0
0
0
s2sdefault