ହେଡଲାଇନସ୍:

ଘରୋଇ ବିମାନସେବା ମେ ୨୫ରୁ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏସପିବି) : କରୋନା ମହାମାରୀ କାରଣରୁ ବନ୍ଦ ଥିବା ବିମାନ ସେବା ପୁଣି ଠାରେ ଆରମ୍ଭ ହେବାକୁ ଯାଉଛି | ଲକ ଡାଉନ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଲେ ମେ ୨୫ ତାରିଖରୁ ପର୍ଯ୍ୟାୟ କ୍ରମେ ଘରୋଇ ବିମାନସେବା ଆରମ୍ଭ  କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି  |  ଆସନ୍ତା ୨୫ ତାରିଖ ସୁଦ୍ଧା ଘରୋଇ ବିମାନ ସେବା ପାଇଁ ପ୍ରସ୍ତୁତ ହେବାକୁ ସମସ୍ତ ବିମାନ ବନ୍ଦର ଓ ଏୟାର କ୍ୟାରିୟରମାନଙ୍କୁ କୁହାଯାଉଥିବା ଜଣା ପଡିଛି |  ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଏସଓପି  ଖୁବ ଶୀଘ୍ର ଜାରି କରିବେ ବୋଲି ଜଣାପଡିଛି | 

ସୂଚନାଯୋଗ୍ୟ ଯେ ଏକ ୱେବନଇୟାରରେ ଯୋଗ ଦେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ହେ ବିମାନସେବା କେବଳ କେନ୍ଦ୍ର ସରକାର ଏକ ଚାହିଁଲେ ବିମାନ ସେବା ଆରମ୍ଭ ହୋଇପାରିବନାନି | ଏଥିପାଇଁ ରାଜ୍ୟମାନଙ୍କ ସହମତି ବି ଦରକାର | ହେଲେ ବିମାନସେବା ଆରମ୍ଭ କରିବା ପାଇଁ ମନ୍ତ୍ରଣାଳୟକୁ ବେଶିଦିନ ସମୟ ଲାଗିବ ନାହିଁ | ଆଜି ନିଷ୍ପତ୍ତି ନିଆଗଲେ ତିନି ଚାରି ଦିନ ଭିତରେ ପର୍ଯ୍ୟାୟ ଭିତ୍ତିକ ଘରୋଇ ବିମାନ ସେବା  ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି | 

0
0
0
s2sdefault