ହେଡଲାଇନସ୍:

ଆଶିଷ ସିଂଙ୍କ କାର୍ଯ୍ୟଶୈଳୀ ଓ ପ୍ରତିବଦ୍ଧତାକୁ ଏସଆରସିଙ୍କ ଭୁୟସୀ ପ୍ରଶଂସା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମୟୋଚିତ ପଦକ୍ଷେପ ଏଡ଼ାଇଲା ଅଘଟଣ, ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେଲେ ୩୦୦୦୦ରୁ ଉର୍ଧ୍ବଲୋକ 

ଭୁବନେଶ୍ୱର (ଶାସକ ପ୍ରଶାସକ):  ଆମ୍ପନର ମୁକାବିଲା ପାଇଁ ଓ ବାତ୍ୟା କାରଣରୁ ଜଣକର ବି ଜୀବନ ଯେପରି ନହୁଏ ସେଥିପାଇଁ କେନ୍ଦ୍ରାପଡାର ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ତଟବର୍ତ୍ତୀ ଓ ତଳିଆ ଅଂଚଳ ଗସ୍ତ କରି ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ ଅଫିସର କେନ୍ଦ୍ରାଞ୍ଚଳ ଡ଼ିଆଇଜି ଆଶିଷ ସିଂ ଓ ଜିଲ୍ଲା ଏସପି ନୀତି ଶେଖର ଯେଉଁଭଳି ଭାବେ ଉଦ୍ୟମ କରିଛନ୍ତି ତାହାକୁ ଭୁୟସୀ ପ୍ରଶଂସା କରଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା | ସେ ଟୁଇଟ କରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ରଖା ଯାଇଥିବା ଜ଼ିରୋ କାଜୁଆଲିଟି ଲକ୍ଷକୁ ଆଖିରେ ରଖି  ଡ଼ିଆଇଜି ଆଶିଷ ସିଂ ଓ ଏସ୍ପି ଯେଉଁଭଳି ଭାବେ ଜିଲ୍ଲାର ଉପକୂଳବର୍ତ୍ତୀ ରିମୋଟ ଏରିଆରେ ବୁଲି ବୁଲି ଲୋକଙ୍କୁ ବୁଝାଇ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରୁଛନ୍ତି ସେଥିରୁ ମୁଖ୍ୟମନ୍ତ୍ରୀଙ୍କ ଜ଼ିରୋ କାଜୁଆଲିଟି ଆଭିମୁଖ୍ୟ ପ୍ରତି ପ୍ରତିବଦ୍ଧତା ପ୍ରମାଣିତ କରୁଛି |"

କେନ୍ଦ୍ରାପଡା ଜିଲ୍ଲାରେ ଆମ୍ପନ ମୁକାବିଲା ତଥା ପ୍ରସ୍ତୁତି କାର୍ଯ୍ୟ ତଦାରଖ ପାଇଁ ନିଯୁକ୍ତ ହୋଇଥିବା ଡ଼ିଆଇଜି ଆଶିଷ ସିଂ ତିନିଦିନ ହେଲା ଦିନରାତି ଏକ କରିଦେଇଥିଲେ |  ଗ୍ରାଉଣ୍ଡ ଜ଼ିରୋରେ ପହଂଚି ଲୋକଙ୍କ ସହିତ ମିଶି ସେମାନଙ୍କୁ ବୁଝାଇ ଅନୁରୋଧ କରି ନିରାପଦ ସ୍ଥାନକୁ ଆଣିବାରେ ସଫଳ ହୋଇଛନ୍ତି  ଡ଼ିଆଇଜି ଆଶିଷ ଓ ତାଙ୍କ ଟିମ | ଫଳରେ ଜିଲ୍ଲାରେ ମୃତାହତ ଆଶଙ୍କାକୁ ଏଡାଇ ଦିଆଯାଇପାରିଛି | ପ୍ରାୟ ୩0000ରୁ ଉର୍ଧ୍ଵ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇପାରିଥିଲା | ତାଳଚୁଆ ଥାନା ଅନ୍ତର୍ଗତ ବିଭିନ୍ନ ଗାଁକୁ ଯାଇ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଆସିବା ପାଇଁ ସଚେତନ କରାଇଥିଲେ । ନିଜ ଘର ଛାଡି ଆସିବାକୁ ରାଜି ହେଉନଥିବା ଲୋକଙ୍କୁ ବୁଝାଇଥିଲେ ଯେ ସରକାରଙ୍କ ପାଇଁ ଲୋକଙ୍କ ଜୀବନ ବଡ | ଯଦି ବାତ୍ୟାରେ  ଘର ଭାଙ୍ଗିଯିବ ତେବେ ସରକାର ନୂଆଘର ଦେବେ | ତେଣୁ ଜୀବନକୁ ନିରାପଦ ରଖିବା ପାଇଁ ନିରାପଦ ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ଅନୁରୋଧ କରି ଲୋକଙ୍କୁ ମନାଇଥିଲେ | ଏପରିକି ଯେଉଁମାନେ ରାଜି ହେଉନଥିଲେ ସେମାନଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ | କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ସିଂ, ଏସ୍ପି ନୀତି ଶେଖର । କେବଳ ସେତିକି ନୁହେ, ଆମ୍ପନ ପ୍ରଭାବରେ ରା଼ସ୍ତୁପରେ ଭାଙ୍ଗିପଡିଥିବା ଗଛ ସଫା କାର୍ଯ୍ୟ କରାଇ ଲୋକଙ୍କ ଯାତାୟାତ ସୁଗମ କରାଇବାର ପ୍ରକ୍ରିୟାକୁ  ତ୍ୱରାନ୍ୱିତ କରାଇବାରେ ମୁଖ୍ୟ ଭୂମିକା ପ୍ରତିପାଦିତ କରିଛନ୍ତ  ଆମ୍ପନ ମୁକାବିଲା ପାଇଁ ଜିଲ୍ଲା ଦାୟିତ୍ୱରେ ଥିବା ଡ଼ିଆଇଜି ଶ୍ରୀ ସିଂ | 

0
0
0
s2sdefault