ହେଡଲାଇନସ୍:

ଆଉ ୭୪ଜଣ ନୂଆ କରୋନା ପଜିଟିଭ,କରୋନା କବଳକୁ ଗଲା ମାଲକାନଗିରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଏପଟେ ବାତ୍ୟା ଆମ୍ପାନର କମ୍ପନ ଲୋକଙ୍କୁ ଆନ୍ଦୋଳିତ କଲାବେଳେ ସେପଟେ ଆଉ 74 ନୂଆ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ୱରର ଜଣେ ବୟସ୍କ ଆକ୍ରାନ୍ତଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ପୁଣି ଏକ ଜିଲ୍ଲା ମାଲକାନଗିରି ଚାଲିଯାଇଛି ଭୁତାଣୁ କବଳକୁ ।  ରାଜ୍ୟ ରେ ଆକ୍ରାନ୍ତଙ୍କ ସଂଖ୍ୟ  ୧୦୫୨ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ଓ ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୪ରେ ପହଞ୍ଚିଛି  । ଆଜି ଚିହ୍ନଟଙ୍କ ମଧ୍ୟରେ ବୌଦ୍ଧରୁ ୨୮,ପୁରୀରୁ ୧୧, କଟକରୁ ୯, ଖୋର୍ଦ୍ଧା ୭, ଗଞ୍ଜାମରୁ ୬, ଯାଜପୁରରୁ ୬, କେନ୍ଦ୍ରାପଡ଼ା ୨ ଓ ମାଲକାନଗିରୁ ୨ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର , ଢ଼େଙ୍କାନାଳରୁ ଓ କନ୍ଧମାଳରୁ  ଜଣେ ଲେଖାଏଁ। ଏମାନଙ୍କ ମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନ୍‌ରେ ଚିହ୍ନଟ ହୋଇଛନ୍ତି ।

0
0
0
s2sdefault