ହେଡଲାଇନସ୍:

ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଉଠାଇଲେ ସମ୍ବେଦନଶୀଳ ପ୍ରସଙ୍ଗ, ମୁଖମନ୍ତ୍ରୀଙ୍କୁ ପତ୍ରଲେଖି ଲୋଡିଲେ ହସ୍ତକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଯେଉଁ ଶ୍ରମିକଙ୍କର ହୋମ୍ କ୍ୱରେଣ୍ଟାଇନ ବ୍ୟବସ୍ଥା ନାହିଁ ସେମାନଙ୍କୁ ଟିଏମସିରେ ୨୧ଦିନ ରହିବାକୁ ସୁଯୋଗ ଦିଆଯାଉ"

ଭୁବନେଶ୍ୱର(ଶାସକ ପ୍ରଶାସକ): ନିକଟରେ ସରକାରଙ୍କ ଏକ ନିଷ୍ପତ୍ତି ପରିପ୍ରେକ୍ଷୀରେ ଆପତ୍ତି ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ତଥା ଯୁବ ନେତା ଦିଲ୍ଲୀପ ମଲ୍ଲିକ । କ୍ବାରେଣ୍ଟାଇନ ସେଣ୍ଟର ରେ ଥିବା ପ୍ରବାସୀ ମାନଙ୍କ ନମୁନା ପରୀକ୍ଷା କରାଯାଇ ଯେଉଁମାନଙ୍କର ନେଗେଟିଭ ଆସିବ ସେମାନଙ୍କୁ ନିଜନିଜ ଘରକୁ ପଠାଇଦିଆଯିବ । ହେଲେ ସେମାନେ ନିଜ ଘରେ ଆଉ 14 ଦିନ ସଙ୍ଗରୋଧରେ ରହିବେ । ହେଲେ ଏଭଳି ନିଷ୍ପତ୍ତି ଅବାସ୍ତବ ଓ ଅପରିଣାମଦର୍ଶୀ ବୋଲି ଦର୍ଶାଇ ଏଥିରେ ହସ୍ତକ୍ଷେପ କରିବା ପାଇଁ ପତ୍ରଲେଖି ଅନୁରୋଧ କରିଛନ୍ତି ବିଜେପି ନେତା ଶ୍ରୀ ମଲ୍ଲିକ ।

ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ "ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ସ°ଖ୍ୟା ବିଷୟରେ ଯେମିତି ରାଜ୍ୟ ସରକାରଙ୍କ ପାଖରେ ସୂଚନା ନଥିଲା ଠିକ୍ ସେମିତି ଦାଦନ ଖଟିବାକୁ ଯାଇଥିବା ପ୍ରବାସୀ ଶ୍ରମିକର ଘରର ପରିସ୍ଥିତି ବିଷୟ ରାଜ୍ୟ ସରକାରଙ୍କୁ ଜଣାନାହିଁ ବୋଧେ। ଜଣାଥିଲେ ସରକାର ଆଉ ଏକ ଅପରିପକ୍ୱ ନିଷ୍ପତ୍ତି ନେଇନଥାନ୍ତେ। ପ୍ରକାଶ ଥାଉକି ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ କ୍ୱରେଣ୍ଟାଇନ ସେଣ୍ଟରରେ ଥିବା ଶ୍ରମିକଙ୍କୁ ସେଣ୍ଟର ଛାଡି ଘରକୁ ଯାଇ ହୋମ୍ କ୍ୱରେଣ୍ଟାଇନ ରେ ରହିବାକୁ ବାଧ୍ୟ କରାଯାଉଛି।

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଲୋକଟିର ଗାଁ ଘର କହିଲେ ବଖରାଏ କି ୨ବଖରାଏ।ସେଥିରେ ୫ରୁ ୭ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ରହିଥାନ୍ତି।ସେଥିରେ ହୋମ୍ କ୍ୱରେଣ୍ଟାଇନ ବ୍ୟବସ୍ଥା ଆସିବ କେଉଁଠୁ। ସରକାରଙ୍କ ତରବରିଆ ନିଷ୍ପତ୍ତି ପାଇଁ ପ୍ରବାସୀ ଶ୍ରମିକ ତ୍ରିଶଙ୍କୁ ଅବସ୍ଥାରେ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁଯାଇ ଟିଏମସିର ନୋଡାଲ ଅଫିସର ଏପଟେ ୨୧ ଦିନ ପୂର୍ବରୁ ବିଦା କରିବାକୁ ବାଧ୍ୟ ହେଉଥିଲା ବେଳେ ସେପଟେ ଶ୍ରମିକ ଟିର ଘର ନାହିଁ ରହିବିକୁ, ଗାଁ ଲୋକେ ଡରୁଛନ୍ତି ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ   ସୁରକ୍ଷାଦୃଷ୍ଟିରୁ ନିଜେ ପ୍ରବାସୀ ଶ୍ରମିକ ଘରକୁ ଯିବାକୁ ରାଜି ନୁହେଁ।"

ଶ୍ରୀ ମଲ୍ଲିକ ଏକ ଉଦାହରଣର ଅବତାରଣା କରି ପତ୍ରରେ ଉଲ୍ଲେଖ କରିଛନ୍ତି "ଏପରିଏକ ଘଟଣା କଟକସଦର ବ୍ଲକ ଅନ୍ତର୍ଗତ କୂଳସରିଚୁଆ° ପଞ୍ଚାୟତରେ ପ୍ରବାସୀ ଶ୍ରମିକ ରବିନ୍ଦ୍ର ସାସମଲଙ୍କ କ୍ଷେତ୍ରରେ ଘଟିଛି। ସରକାରଙ୍କ ନିଷ୍ପତ୍ତି ପାଇଁ ରବିନ୍ଦ୍ର  ତ୍ରିଶଙ୍କୁ ଅବସ୍ଥାରେ।

ରାଜ୍ୟସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଟିଏମସିରୁ ୨୧ଦିନ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ବାଧ୍ୟତାମୂଳକ ବିଦାୟ ନକରି ଇଛାଧିନ ରଖନ୍ତୁ। ଅନ୍ୟମାନଙ୍କ ସୁରକ୍ଷା ଦୃଷ୍ଟିରୁ ଯେଉଁ ଶ୍ରମିକଙ୍କ ର ହୋମ୍ କ୍ୱରେଣ୍ଟାଇନ ବ୍ୟବସ୍ଥା ନାହିଁ ସେମାନଙ୍କୁ ଟିଏମସିରେ ୨୧ଦିନ ରହିବାକୁ ସୁଯୋଗ ଦେବା ପାଇଁ ବିଚାର କରନ୍ତୁ।" ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଶ୍ରୀ ମଲ୍ଲିକ ଅନୁରୋଧ କରିଛନ୍ତି ।

0
0
0
s2sdefault