ହେଡଲାଇନସ୍:

 ବାଡ଼ ଯଦି ଫସଲ ଖାଇବ ଗୋହାରୀ ଜଣାଇବ କାହାକୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବନ୍ଧନ ବ୍ୟାଙ୍କ ଟଙ୍କା ଲୁଟ ଘଟଣା, ବ୍ୟାଙ୍କ ମ୍ୟାନେଜର ସହିତ ଫିଲଡ଼ ଅଫିସର ସହିତ ୩ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି) - ବାଡ଼ ଯଦି ଫସଲ ଖାଇବ ଗୋହାରୀ ଜଣାଇବ କାହାକୁ । ଘରେ ଟଙ୍କା ରଖିଲେ ଚୋରୀ ଡ଼କାୟତି ଆଦିର ଭୟ ରହିଥିବା କାରଣରୁ ସାଧାରଣ ଜନତା ବ୍ୟାଙ୍କ ଉପରେ ଭରସା କରିଥାନ୍ତି । ମାତ୍ର ବ୍ୟାଙ୍କର କେତେକ ଅସାଧୁ କର୍ମଚାରୀମାନଙ୍କ ନିକଟରେ ମଧ୍ୟ ସାଧାରଣ ଜନତାଙ୍କ ଅର୍ଥ ସୁରକ୍ଷିତ ନୁହେଁ । ଲୋଭ, ବିଳାସ ମୟ ଜୀବନଯାପନ ଆଦି ନିମନ୍ତେ ବ୍ୟାଙ୍କ କର୍ମଚାରୀମାନେ ପାଉଥିବା ଦରମା ଯଥେଷ୍ଟ ହେଉ ନ ଥିବାରୁ ସେମାନେ ବ୍ୟାଙ୍କରେ ଜନସାଧାରଣ ଜମା ରଖୁଥିବା ଟଙ୍କାକୁ ଲୁଟ କରିବା ନିମନ୍ତେ ପଛାଉନାହାନ୍ତି । ଏହି ଧରଣର ଉଦାହରଣ ପରିଲକ୍ଷିତ ହୋଇଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ମାଣିତ୍ରିରେ ଥିବା ବନ୍ଧନ ବ୍ୟାଙ୍କରେ । ଗତ ଅପ୍ରେଲ ୫ରେ ବନ୍ଧନ ବ୍ୟାଙ୍କର ମ୍ୟାନେଜର ଭଜମନ କର ଓ ଫିଲଡ଼ ଅଫିସର ସୀତାରାମ ସାହୁ ବାରିପଦା ସ୍ଥିତ ବନ୍ଧନ ବ୍ୟାଙ୍କର ମୁଖ୍ୟ ଶାଖାରୁ ୩ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନିଜ ବ୍ୟାଙ୍କ ମାଣିତ୍ରି ଶାଖାକୁ ନେଇଯାଉଥିବା ବେଳେ ରାସ୍ତାରେ ଫିଲଡ଼ ଅଫିସର ସୀତାରାମ ସାହୁଙ୍କ ବନ୍ଧୁ ବ୍ରଜ ଶେଖର ପ୍ରଧାନଙ୍କୁ ପୂର୍ବ ଯୋଜନା ଅନୁସାରେ ଡ଼କାଇ ଟଙ୍କା ବ୍ୟାଗ ଧରାଇ ଦେଇଥିଲେ । ଏହାପରେ ମ୍ୟାନେଜର ଭଜମନ କର ଓ ଫିଲଡ଼ ଅଫିସର ସୀତାରାମ ସାହୁ ପରସ୍ପର ମଧ୍ୟରେ ଆଲୋଚନା ମାଧ୍ୟମରେ ଏକ ମନଗଢ଼ା କାହାଣୀ ପ୍ରସ୍ତୁତ କରି ବେତନଟୀ-ମାଣିତ୍ରୀ ରାସ୍ତାରେ ୪ ଜଣ ଯୁବକ ଦୁଇଟି ବାଇକରେ ଆସି ବନ୍ଧୁକ ଦେଖାଇ ସେମାନଙ୍କ ନିକଟରୁ ୩ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇ ଆଖିପିଛୁଳାକେ ଫେରାର ହୋଇଯାଇଥିବାର ବଡ଼ସାହି ଥାନାରେ ଫିଲଡ଼ ଅଫିସର ସୀତାରାମ ସାହୁ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏହି ଲୁଟ ଘଟଣାକୁ ନେଇ କେଶ ନଂ ୫୧/୦୫.୦୪.୨୦୧୮ରେ ଏକ ମାମଲା ରୁଜୁ କରାଯାଇ ଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଟଙ୍କା ଲୁଟ ଘଟଣାକୁ ଗମ୍ଭୀରତାର ସହିତ ବିଚାରକୁ ନେଇ ଦକ୍ଷ ପୁଲିସ କର୍ମଚାରୀଙ୍କୁ ନେଇ ଦୁଇଟି ଟିମ ଗଠନ କରି ସେମାନଙ୍କ ହାତରେ ମାମଲାକୁ ଟେକି ଦେଇଥିଲେ । ପୁଲିସ ଟିମ ବ୍ୟାଙ୍କ ମ୍ୟାନେଜର ଭଜମନ ଓ ଫିଲଡ଼ ଅଫିସର ସୀତାରାମଙ୍କର ମୋବାଇଲ ଟ୍ରାକିଂ ସହିତ ପାରିପାର୍ଶ୍ଵିକ  ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଉକ୍ତ ବ୍ୟାଙ୍କ କର୍ମଚାରୀ ଦୁଇଜଣ ସନ୍ଦେହ  ଘେର ପରିସରକୁ ଆସିଯାଇଥିଲେ ଓ ଏମାନଙ୍କର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିବା ପରେ ସୀତାରାମ ସାହୁଙ୍କ ସାଙ୍ଗ ବ୍ରଜ ଶେଖର ପ୍ରଧାନ ପୁଲିସ ହାତରେ ଧରାପଡ଼ି ଯାଇଥିଲା ଏବଂ ପୁଲିସର ଜେରା ସମୟରେ ବ୍ୟାଙ୍କର ନ୍ୟାନେଜର ଓ ଫିଲଡ଼ ଅଫିସର ରାସ୍ତାରେ ତାଙ୍କୁ ଫୋନ କରି ଡ଼କାଇବା ପରେ ସେ ଏକ ହୋଣ୍ଡା ସିଟି କାରରେ ଆସି ଟଙ୍କା ବ୍ୟାଗକୁ ନେଇଯାଇ ଥିବାର ସ୍ୱୀକାର କରିଥିଲା । ଏଥି ସହିତ ପ୍ରମାଣ ନଷ୍ଟ କରାଇବା ଉଦେ୍ଧଶ୍ୟରେ ମ୍ୟାନେଜର ଭଜମନ କର ରାସ୍ତାରେ ଥିବା ଏକ ନଦୀରେ ନିଜର ମୋବାଇଲକୁ ଫିଙ୍ଗି ଦେଇଥିଲେ । ବନ୍ଧନ  ବ୍ୟାଙ୍କ ମାଣିତ୍ରୀ ଶାଖାର ଏହି ଟଙ୍କା ଲୁଟ ଘଟଣାରେ ମାଷ୍ଟର ମାଇଣ୍ଡ ଖୁଦ ବ୍ୟାଙ୍କର ମ୍ୟାନେଜର ଭଜମନ କର ରହିଥିଲା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲୁଟ ହୋଇଥିବା ଟଙ୍କା ମଧ୍ୟରୁ ନଗଦ ୩ଲକ୍ଷ ୪୦ହଜାର ଟଙ୍କା ସହିତ ୫ଟି ମୋବାଇଲ ଜବତ କରାଯାଇଛି । ପୁଲିସ ଏହି ୩ ଜଣଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୪୨୦, ୧୨୦(ବି), ୧୮୨, ୧୭୭, ୪୦ ଓ ୨୦୧ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।  

0
0
0
s2sdefault